ରଥ ନିର୍ମାଣର ଦ୍ୱିତୀୟ ଦିନରେ ସକାଳ ୮ଟାରେ ରଥ ନିର୍ମାଣରେ ସମ୍ପୃକ୍ତ ମହାରଣା ସେବକ,ଭୋଇ ସେବକ ଏବଂ କରତି ସେବକମାନେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ ।ତିନି ରଥର ମହାରାଣ ସେବକ ମାନେ ଅନୁକୂଳ ତୁମ୍ବ ଗୁଡିକୁ ବାରିସୀରେ ହାଣି ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ କାରିଥିଲେ ଅପରାହ୍ନ ୨ଟା ମଧ୍ୟରେ କରତି ସେବକ ମାନେ ୫ଗୋଟି ଟୁମ୍ବ କାଟି ଥିଲେ ,ଯାହାକୁ ଭୋଇ ସେବକ ମାନେ ନନ୍ଦିଘୋଷ ରଥ ଚାଳିକୁ ୨ଟି, ଦେବୀ ରଥ ଚାଳି କୁ ୧ଟି ଏବଂ ତାଳଦ୍ୱାଜ ଚାଳିକୁ ୨ଟି ତୁମ୍ବ ଗଡ଼ ଯୋଗାଇଥିଲେ । ଆଜିର ରଥ କାର୍ଯ୍ୟ ଶେଷ ବେଳକୁ କରତି ସେବକମାନେ ଆଉ ଦୁଇଟି ତୁମ୍ବ ଗଡ଼ କାର୍ଯ୍ୟ ଶେଷ କରାଯିବ ।
ନନ୍ଦିଘୋଷ ରଥ ମହାରଣା ସେବକ ମାନେ ୪ଗୋଟି ତୁମ୍ବ ରୁ ୩ଟିର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟଶେଷ କରି ଚତୁର୍ଥ ତୁମ୍ବ ଟିର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ସେହିପରି ଦେବୀରଥ ମହାରଣା ସେବକ ମାନଙ୍କୁ ଯୋଗାଇ ଦିଆଯାଇ ଥିବା ମୋଟ ୩ଗୋଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ଵଜ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ମୋଟ ୩ଟି ତୁମ୍ବ ରୁ ୨ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି । ଦୋଳ ବେଦୀସ୍ଥ ଅସ୍ଥାୟୀ କମାର ଶାଳ ପ୍ରସ୍ତୁତି କାର୍ଯ୍ୟ କମାର ସେବକ ମାନେ ଶେଷ କରି ରଥ କଣ୍ଟା ପ୍ରସ୍ତୁତି ପାଇଁ ଜି.ଆଇ ଲୁହା ରାଡ଼ କଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।
Related Stories
November 24, 2024