ନିଶାମୁକ୍ତ ମଣିଷ ହିଁ ଜନପ୍ରତିନିଧି ହେଉ। ନିଶାମୁକ୍ତ ବ୍ୟକ୍ତି ହିଁ ସରକାରଙ୍କ ପ୍ରଦତ୍ତ ସୁବିଧା ପାଉ। ଏମିତି ଅନେକ ଆହ୍ୱାନ ସହ ଆରମ୍ଭ ହୋଇଛି ନିଶାମୁକ୍ତ ସମାଜ ଗଠନ ପାଇଁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଓ ପୁରୀ ନିଶାମୁକ୍ତ ଅଭିଯାନ ପକ୍ଷରୁ ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ। ପୁରୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ମୁଖ୍ୟ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ, ସମାଜସେବୀ ବଦ୍ରି ମିଶ୍ରଙ୍କ ସଂଯୋଜନା ରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହନ୍ତ ରାମକୃଷ୍ଣ ଦାସ, ଡକ୍ଟର କୌଳାଶ ଚନ୍ଦ୍ର ଟିକାୟତରାୟ,ଆନନ୍ଦମାର୍ଗ ର ବିଶ୍ଵ ସଂଯୋଜକ ଆଚାର୍ଯ୍ୟ ମର୍ମଦେବାନନ୍ଦ, ଡାକ୍ତର ଇନ୍ଦିରା ଜୀ, ବେଦାନ୍ତ ସମାଜ ର ସଂପାଦକ ସୁବାସ ଚନ୍ଦ୍ର ଚାଟାର୍ଜୀ ଯୋଗଦାନ କରି ମଦମୁକ୍ତ ଓଡ଼ିଶା ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ।
ଏହି ଅବସରରେ ଢେଙ୍କାନାଳ ର ଜୟନ୍ତ ଧଳ, କେଉଁଝର ର ମିତ୍ରଭାନୁ ପ୍ରଧାନ ଓ ପୁରୀ ର ଅଜୟ ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା।ସାରା ରାଜ୍ୟ ର ନିଶାମୁକ୍ତ ଉପରେ କାର୍ଯ୍ୟ କରୁଥିବା ସମାଜସେବୀ ମାନଙ୍କ ସହ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଭଦ୍ରକ, ବାଲେଶ୍ଵର, ନୂଆପଡ଼ା , ବୌଦ୍ଧ, ନୟାଗଡ଼, ଆଦି ସମସ୍ତ ଜିଲ୍ଲାରୁ ଯୋଗଦାନ କରିଥିଲେ। ପ୍ରାଥମିକ ଭାବରେ ପୁରୀ ଜିଲ୍ଲାରୁ ସଂମ୍ପୂର୍ଣ୍ଭ ମଦମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଶୁକ୍ରବାର ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ପୁରୀ ସହର ଧାର୍ମିକ ସତ୍ତାକୁ ବଞ୍ଚାଇବା ପାଇଁ ଶ୍ରୀକ୍ଷେତ୍ର କୁ ମଦମୁକ୍ତ ଓ ନିଶାମୁକ୍ତ କରାଯାଉବୋଲି ସଂକଳ୍ପ କରାଯାଇଥିଲା। ଶ୍ରୀକ୍ଷେତ୍ର ଦୂରଦୂରାନ୍ତରୁ ଭକ୍ତ ଆସିଥାନ୍ତି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କିନ୍ତୁ ମାଳ ମାଳ ମଦ ଦୋକାନ ଓ ମଦ ପିଇ ମାତାଲ ଅବସ୍ଥାରେ ସାଧାରଣ ଲୋକ ଲୁଟ ତରାଜ କରୁଛନ୍ତି। ଭକ୍ତ ମାନେ ମଦୁଆଙ୍କ ଦ୍ବାରା ଅନେକ ସମୟରେ ଅସୁରକ୍ଷିତ ହୋଇପଡୁଛନ୍ତି। ମଦ କିଭଳି ରୋଜଗାର ଛଡାଇନେଉଛି। ଝିଅ ମାନଙ୍କର କାଚ ସିନ୍ଦୁର ଛଡାଇନେଉଛି। ମଦ ଯୋଗୁଁ କ୍ରାଇମ ବଢିଚାଲିଛି ତା ଉପରେ ଗୁରୁତ୍ୱ ଦିଆଯାଇଛି l
ତେଣୁ ପୁରା ସହରରୁ ମଦମୁକ୍ତ କରାଯାଉ। ହରିଦ୍ବାର, ରୁଷିକେଶ, କାଶୀ ବିଶ୍ବନାଥ ଙ୍କ ବାରଣାସୀ, ମଥୁରା, ବୃନ୍ଦାବନ, ବଦ୍ରିନାଥ ଧାମ, ବୈଦନାଥ ଧାମ ଆଦିରେ ସଂମ୍ପୂର୍ଣ୍ଭ ମଦ ବନ୍ଦ ହୋଇଛି ସେହିଭଳି ପୁରୀ ସହର କେବଳ ନୁହେଁ ସମଗ୍ର ଓଡ଼ିଶାରେ ମଦବନ୍ଦ କରାଯାଉ ବୋଲି ମିଳିତ ଓଡ଼ିଶା ନିଶାମୁକ୍ତ ଅଭିଯାନ ଓ ପୁରୀ ନିଶାମୁକ୍ତ ଅଭିଯାନ ସହଯୋଗ ରେ ହେବ ଵୋଲି ସମ୍ମିଳନୀ ଚକ୍ରଧର ମହାପାତ୍ର ଙ୍କ ନେତୃତ୍ୱରେ ଜଗନ୍ନାଥ ବସ୍ତିଆ, ମଧୁସୂଦନ ମିଶ୍ର, ,ମଳୟ ତ୍ରିପାଠୀ,କବିତା ପରିଡା, ରମାକାନ୍ତ ମଣ୍ଡଳ, ଛାୟାକାନ୍ତ ନାୟକ, ଵିଦ୍ୟୁତଲତା ଆଚାର୍ଯ୍ୟ, ଶଶିଭୂଷଣ ପ୍ରଧାନ, ରାଧେଶ୍ୟାମ ରଥ, ସଞ୍ଜୟ କୁମାର ପ୍ରଧାନ, ପବିତ୍ର ମୋହନ ଦଳାଇ, ଜଗନ୍ନାଥ ଦେଓ ପ୍ରମୁଖ ପ୍ରକାଶ କରିଛନ୍ତି। ଶ୍ୟାମ ପ୍ରକାଶ ସେନାପତି ଙ୍କ ସଂଞ୍ଚାଳନ ରେ ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ହେବ ବୋଲି ମଧୁସୂଦନ ମିଶ୍ର , ଜଗନ୍ନାଥ ବସ୍ତିଆ ଓ ହେକ୍ଟର ମିଶ୍ର ଜଣାଇଛନ୍ତି।