-
ଦୁଇ ଦିନରେ ତିନି ମୃତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ଥୁରୁବୁରାଇ ପଚାଂୟତରେ ଝାଡ଼ାବାନ୍ତିରେ ଆଉ ଜଣକର ମୃତ୍ୟୁ ଘଟିଛି । ଗତକାଲି ଚିକିତ୍ସାଧିନ ଅବସ୍ଥାରେ କଙ୍କରଡ଼ା ଡାକ୍ତରଖାନାରେ ଏହି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗତ ଦୁଇ ଦିନ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଗତ ଦୁଇ ସପ୍ତାହ ମଧ୍ୟରେ ଏହି ଅଂଚଳରେ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମରେ ପହଂଚି କେତେକ ଆକ୍ରାନ୍ତଙ୍କୁ ଔଷଧ ବଂଟନ କରିବା ସହ ସାଧାରଣରେ ସଚେତନତା ସୃଷ୍ଟି କରିଛନ୍ତି । ଏବଂ ଜଳ ନମୂନା ସଂଗ୍ରହ କରି ଏହାକୁ ପରୀକ୍ଷା ପାଇଁ ନେଇଥିବା ଜଣାପଡିଛି ।