
ବଲାଙ୍ଗିର, ଗତକାଲି ବଲାଙ୍ଗିର ମାଲ୍ ପଡା ଅଂଚଳରୁ ୬ ଖଣ୍ଡ ହାତୀ ଦାନ୍ତ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଓ ବନ ବିଭାଗର ମିଳିତ ଉଦ୍ୟମରେ ଜବତ କରାଯିବା ସହିତ ଏହି ମାମଲାରେ ନରିନ ସେଠ ନାମକ ଜନୈକ ମାଫିଆକୁ ଗିରଫ କରାଯାଇଥିବା ଜଣାପଡିଛି। ୮ ଇଞ୍ଚରୁ ୧୨ ଇଞ୍ଚ ଲମ୍ବା ଥିବା ୮ କିଲୋ ୩୮୫ ଗ୍ରାମ ଓଜନର ଏହି ହାତୀ ଦାନ୍ତ ଗତକାଲି ବୋଷ କଲୋନୀ ପାଖରେ ରଖିଥିବା ସେଠ ପାଖରୁ ମିଳିଥିବା ଜଣାଯାଇଛି। ତେବେ ଏହା ସେ କେଉଁଠୁ ପାଇଲା ଏବଂ ତାର ରଖିବା ଉଦ୍ଦେଶ୍ଯ ସମ୍ପର୍କରେ ଅଧିକ୍ ଖୋଜ ଖବର ନିଆଯାଉଛି।