ଭୁବନେଶ୍ୱର, ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।
ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଚାରି ବର୍ଷ ଅବା ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରଫେସର ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ରହିବେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଗୀତାଞ୍ଜଳି ଦାଶଙ୍କର ୩୬ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି । ଏଥିସହିତ ସେ ୧୨ ବର୍ଷ ଧରି ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି ।
ପ୍ରଫେସର ଦାଶ ୫ଟି ପୁସ୍ତକ ଲେଖିଛନ୍ତି । ୪ ଜଣ ତାଙ୍କ ମାର୍ଗଦର୍ଶନରେ ପିଏଚ୍ଡି ହାସଲ କରିଥିବା ବେଳେ ୩୫ ଜଣ ଏମ୍ଫିଲ୍ କରିଥିଲେ ।