ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୧,୩୫୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୫୩ ହୋଇ ଯାଇଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋବିଡ ପାଇଁ ୪,୨୩,୪୩୦ନମୂନାର ପରୀକ୍ଷଣ
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୪,୨୩,୪୩୦ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୩,୯୩,୭୯,୦୦୭ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୨୭୫ନୂଆ ମାମଲା
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୨୭୫ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫୫ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ୧୯,୭୧୯ ଥିବା ବେଳେ ବର୍ତମାନ ସୁଦ୍ଧା ୫,୨୩,୯୭୫ ଜଣ ମୃତ୍ୟୁ ବରଣ କରିଛନ୍ତି