ଭୁବନେଶ୍ୱର, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଉଛି । ସମସ୍ତ ଯାତ୍ରୀ, ବିମାନବନ୍ଦର କର୍ମଚାରୀ ଓ ସୁରକ୍ଷା ଏଜେନ୍ସିର କର୍ମଚାରୀଙ୍କୁ ମାକ୍ସ ପିନ୍ଧିବା ପାଇଁ ନିର୍ଦେଶ ଦିଆଯାଇଛି । ଯଦି ଏଥିରେ କୌଣସି ଖିଲାପି ହୁଏ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗାଇଡ ଲାଇନ ଅନୁସାରେ ସମସ୍ତଙ୍କୁ ଆଲର୍ଟ ରଖାଯାଇଛି । ଦେଶର ବିଭିନ୍ନ ଅଂଚଳରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲାଗିବ । ବିମାନରେ ଏବଂ ବିମାନବନ୍ଦରରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶନାମାକୁ ବିମାନବନ୍ଦରରେ କଡ଼ାକଡ଼ି ଭାବରେ ପାଳନ କରାଯାଉଛି । ଯାହା ଗାଇଡଲାଇନ ଦିଆଯାଇଛି ସେ ଅନୁସାରେ ପୂର୍ବରୁ କଟକଣା ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପୂର୍ବରୁ ନିୟମ ଅନୁପାଳନ ପାଇଁ କୁହାଯାଇଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ଦିଲ୍ଲୀ ଓ ଏହାର ନିକଟବର୍ତୀ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦିଲ୍ଲୀରୁ ଉଭୟ ବିମାନ ଓ ରେଳପଥରେ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖି ସର୍ଭିଲାନ୍ସ ବୃଦ୍ଧି କରିବାକୁ ସ୍ୱାସ୍ଥ୍ୟ ବିଭାଗ ଗତକାଲି ନିର୍ଦ୍ଦେଶ ଦେଇଥିଲା ।