
ବଲାଙ୍ଗିର, ଆଜି ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏଚ୍ ଡି ଇଣ୍ଡିଆର ୨୮ ତମ ପ୍ରତିଷ୍ଠା ଦିବସ ତଥା ମଣିଷ ଚାଲାଣ ଓ ବଲାଙ୍ଗିରରେ ଗ୍ରାମ୍ୟ ରୋଜଗାର ଶୀର୍ଷକ ବିଷୟ ଉପରେ ଏକ ବୁଦ୍ଧିଜୀବୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଏଫ୍ ଏଚ୍ ଡି ଇଣ୍ଡିଆର ସଭ୍ୟ ଓ କର୍ମକର୍ତ୍ତା ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶିଳ୍ପବିହୀନ ବଲାଙ୍ଗିର ଜିଲ୍ଲାରେ କର୍ମନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ନଥିବାରୁ ତଥା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉନଥିବାରୁ ଲୋକେ ନିଜ ମାଟିରେ କାମଧନ୍ଦା ଅନ୍ୱେଷଣ କରିବା ବଦଳରେ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ନିଜ ଅଞ୍ଚଳରେ ମଧ୍ୟ ସମ୍ବଳକୁ ବିନିଯୋଗ କରି ଜଣେ ସ୍ଵାବଲମ୍ବୀ ହୋଇପାରିବ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ବିଭିନ୍ନ ସରକାରୀ ଯୋଜନା ପରେ ବି ବିଡମ୍ବନାର ବିଷୟ ହେଉଛି ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହା ଉପରେ ସମସ୍ତେ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ମତ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗିର ଏକ୍ସନ କମିଟିର ଧୀରେନ୍ଦ୍ର ସିଂହଦେଓ, ଅଜୟ ବାଦୀ, ସାମ୍ବାଦିକ ରଘୁନନ୍ଦନ ସିଂହ, ସନ୍ଦୀପ କୁମାର କୁଅଁର, ବିଭୁ କଲ୍ଯାଣ ଗଡତିଆ, ପଲ୍ଲୀ ଆଲୋକ ପାଠାଗାରର ହୀରାଲାଲ ମିଶ୍ର, ଜିତୁ ହନୁମାନ, ଶିକ୍ଷାବିତ୍ ମନୋଜ ମିଶ୍ର ନିଜ ବକ୍ତବ୍ୟରେ ଦାଦନ ଶ୍ରମିକ ଚାଲାଣକୁ ରୋକିବା ଦିଗରେ ସବୁ ସ୍ତରରେ ଏକ ସାମୁହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏଫ୍ ଏଚ୍ ଡି ଇଣ୍ଡିଆର ଉପସଭାପତି ସରୋଜ ଛତ୍ରିଆଙ୍କ ପରିଚାଳନାରେ ଆୟୋଯିତ ଏହି ଆଲୋଚନାଚକ୍ରରେ ଏଫ୍ ଏଚ୍ ଡି ଇଣ୍ଡିଆର ପ୍ରତିଷ୍ଠାତା ଓ ନିର୍ଦେଶକ ବିଲହନ୍ ସାଗର ସଭାକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l