
ଘସିପୁରା, ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି ।
ସୂଚନାରୁ ଜଣାଯାଏ, ନନ୍ଦିପଦା ଥାନା ଅନ୍ତର୍ଗତ ପୋଡ଼ା ସିଙ୍ଗିଡି ରଙ୍ଗମାଟିଆ ଗ୍ରାମର ବ୍ରଜମୋହନ ନାୟକ (୩୦) ନାମକ ଜଣେ ଯୁବକ ସକାଳୁ ନିକଟ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ଭାଲୁ ହାବୁଡରେ ପଡ଼ିଥିଲା। ଉତ୍ୟକ୍ତ ଭାଲୁ ବ୍ରଜମୋହନକୁ କଚାଡି ଦେଇଥିଲା ଓ ତାର ଦୁଇ ଗୋଡ଼କୁ ଆକ୍ରମଣ କରିଥିଲା । ନିକଟରେ ଥିବା ଲୋକମାନେ ପାଟି କରିବାରୁ ଭାଲୁଟି ସେଠାରୁ ଚାଲିଯାଇଥିଲା । ଆହାତ ବ୍ରଜମୋହନକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ବ୍ରଜମୋହନକୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣ ବାଦୀ କରିଛନ୍ତି ।