-
ଓଡିଶା ଛତିଶଗଡ଼ ଜଳବିବାଦ
ନୂଆପଡ଼ା,ଓଡିଶା ଏବଂ ଛତିଶଗଡ଼ ସୀମାର ସମସ୍ୟା ନେଇ ବିବାଦ ଲାଗି ରହିଥିଲା। ସବୁବେଳେ ସୀମାନ୍ତରେ ଜମି ଏବଂ ଜଳ ବିବାଦକୁ ନେଇ ଚର୍ଚ୍ଚାରେ ଥିଲା। ଏବେ ପୁଣି ସୀମାନ୍ତ ଅଂଚଳରେ ବ୍ୟାରେଜ ନିର୍ମାଣ ଓ ଜଳକୁ ନେଇ ବିବାଦ ଦେଖାଦେଇଛି। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଦେଇ ଉଦନ୍ତି ନଦୀ ବହିଯାଇଛି। ହେଲେ ବର୍ତ୍ତମାନ ଉଦନ୍ତୀ ନଦୀ ଅବବାହିକାରେ ବସବାସ କରୁଥିବା ଗ୍ରାମବାସୀ ଜଳ ପାଇଁ ହାହାକାର କରିବେ। ମରୀଚିକା ଭଳି ଆଗକୁ ଜଳ ସନ୍ଧାନ କରିବେ। ସୀମାନ୍ତରେ ଉଦନ୍ତି ନଦୀ ବୋହି ଯାଇଅଛି। ସିତାନଦୀ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ରହିଅଛି। ବ୍ୟାରେଜ ନିର୍ମାଣ କରିବା ପାଇଁ ସର୍ଭେ କାର୍ଯ୍ୟ ସରିଥିବା ବେଳେ ମାଟି ପରୀକ୍ଷଣ କାର୍ଯ୍ୟ ମଧ୍ୟ ସରି ଯାଇଛି। ଏଠାରେ ବ୍ୟାରେଜ ନିର୍ମାଣ ହେଲେ ଓଡିଶାର କଳାହାଣ୍ଡି ଓ ନୂଆପଡା ଅଞ୍ଚଳର ଜନସାଧାରଣ ବିଶେଷ ଭାବେ ପ୍ରଭାବିତ ହେବେ। ନଦୀର ତଲମୁଣ୍ଡ ଭାଗରେ ଥିବା ନଇ ସହ ଜମି ମରୁଭୂମି ପାଲଟିବ। ଏହାଦ୍ଵାରା ଓଡିଶାର ଚାଷୀ ବିଶେଷ ପ୍ରଭାବିତ ହେବା ସହ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପଡିବ।