ଭୁବନେଶ୍ବର, ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ନାହିଁ। ତାହା ସତ୍ବେ ବି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ତୃଣମୂଳ ସ୍ତରରେ ପ୍ରସ୍ତୁତି କରାଯାଇଛ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାସ୍ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ଯାହା ପ୍ରସ୍ତୁତ ହେବା କଥା ହୋଇଛି। ପାଣିପାଗ ବିଭାଗ ସମ୍ପୁର୍ଣ୍ଣ ବାତ୍ୟାର ଦିଗ ସହ ଲ୍ୟାଣ୍ଡଫଲ ସମୟ , ବର୍ଷା, ପବନର ପ୍ରଭାବ ଉପରେ ସଠିକ ତଥ୍ୟ ଦେବ ତାପରେ ପ୍ରସ୍ତୁତକୁ ଆହୁରି ଜୋରଦାର କରାଯିବ।