
ଗଞ୍ଜାମ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଦେଓଗାଁରେ ଆଜି ସକାଳେ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ଅନାଥ ସ୍ଵାଇଁଙ୍କ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଏହି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି । କୋଦଳା ଦମକଳବାହିନୀ ଖବର ପାଇ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।