ବଲାଙ୍ଗିର, ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା ଦାୟିତ୍ଵରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ଡ. ସି.ଏସ୍. କୁମାର ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ ଅବସରରେ ପ୍ରଥମେ ସେ ଜାତୀୟ ଉଦ୍ୟାନ ମିଶନ ଅନ୍ତର୍ଗତ ସମନ୍ୱିତ ଉଦ୍ୟାନ କୃଷି ବିକାଶ ଅଭଯାନ ଜରିଆରେ ବିଜାଖମନ ଠାରେ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ କଦଳୀ ପଚେଇବା ଚେମ୍ବର ପରିଦର୍ଶନ କରିଥିଲେ । ପରେ ସେ ଲୋଇସିଂହା ଅନ୍ତର୍ଗତ ବାନିପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ ତଥା ଗ୍ରାମବାସୀଙ୍କ ସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ବଭିନ୍ନ ଉନ୍ନୟନ ଓ ଜନହିତକର ଯୋଜନା ନିମନ୍ତେ ପଞ୍ଚାୟତକୁ ଆସୁଥିବା ଅର୍ଥର ସୁବିନିଯୋଗ କରିବା ସହ ଅନାବଶ୍ୟତାକୁ ଦୃଷ୍ଟି ରଖି ଯୋଜନା ଗୁଡିକୁ ପ୍ରାଧାନ୍ୟ ଦେବା ଉପରେ ସେ ପରାମର୍ଶ ଦେଇଥିଲେ । ପରେ ସେ ବାଦିମୁଣ୍ଡା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ପ୍ରସୂତି ଗୃହ, ଯୋଗ ଏବଂ ଧ୍ୟାନ କେନ୍ଦ୍ର, ରୋଗୀଙ୍କ ସମ୍ପର୍କିୟ ପାଇଁ ଉର୍ଦ୍ଧିଷ୍ଟ ପ୍ରତିକ୍ଷାଳୟ ଇତ୍ୟାଦି ପରିଦର୍ଶନରେ କରିବା ସହ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଯୋଗାଇ ଦିଆଯାଉଥିବା ସ୍ଵାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେ ବୁଢିପଦର ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନରେ ଯାଇ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ, ଶିଶୁ ମାନଙ୍କ ଯତ୍ନ ଓ ଅଭିବୃଦ୍ଧି ତଥା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟକାରିତା ସର୍ମ୍ପକରେ ଅଙ୍ଗନବାଡି କର୍ମୀ, ସିଡିପିଓ ଏବଂ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ସେ ରାମପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ତଦାରଖ କରିଥଇଲେ । ସେଠାରେ ସେ ଶିକ୍ଷଣ ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳାଫଳ, ଭିତ୍ତିଭୂମି ଆଦି ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ବିଷୟରେ ଦୁର୍ବଳଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପରେ ସେ ଆଗଲପୁର ବ୍ଲକ ଅନ୍ତର୍ଗତ ବକ୍ଟି ଗ୍ରାମକୁ ଯାଇ ସେଠାରେ ଥିବା ଘାସ ଚାଷ ଏବଂ କ୍ଷୀର ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ପରେ ସେ ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ତଥା ପରୀକ୍ଷା ଫଳ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ୫ ଗୋଟି ବିଷୟର ବିଭିନ୍ନ ମାନଦଣ୍ଡର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ଵାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୩ ଗୋଟି ମାନଦଣ୍ଡ, ଶିକ୍ଷା ଅନ୍ତର୍ଗତ ୮ ଗୋଟି ମାନଦଣ୍ଡ, କୃଷି ଓ ଜଳ ସଂପଦ ଅନ୍ତର୍ଗତ ୧୦ ଗୋଟି ମାନଦଣ୍ଡ, ମୌଳିକ ଭିତ୍ତିଭୂମି କାର୍ଯ୍ୟକ୍ରମ ଅନ୍ତର୍ଗତ ୭ ଗୋଟି ମାନଦଣ୍ଡ ଓ ଆର୍ଥିକ ଅନ୍ତଭୁକ୍ତିକରଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୧ ଗୋଟି ମାନଦଣ୍ଡ ଜରିଆରେ ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲାରେ ଅଦ୍ୟାବଧି ହୋଇଥିବା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୁଡିକର ସଫଳରେ ରସାୟନ ନିମନ୍ତେ ସ୍ଵତନ୍ତ୍ର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
କେନ୍ଦ୍ରୀୟ ପ୍ରଭାରୀ ଡ. ସି.ଏମ୍ କୁମାରଙ୍କୁ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରଣା ବଲାଙ୍ଗିର ଆକାକ୍ଷୀଂ ଜିଲ୍ଲା କାର୍ଯ୍ୟକ୍ରମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ଅବଗତ କରିଥିଲେ । ବୈଠକରେ ପି.ଡି ଡିଆର୍ଡିଏ ସୁଶାନ୍ତ କୁମାର ସିଂଙ୍କ ସମେତ ସ୍ଵାସ୍ଥ୍ୟ, ଶିକ୍ଷା, କୃଷି, ଜଳସଂପଦ, ସମାଜ ମଙ୍ଗଳ, ସଂପାଦକ ସୁରକ୍ଷା, ଦକ୍ଷାତା ବିକାଶ ଆଜି ବିକାଶ ଆଦି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।