ଗଞ୍ଜାମ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶାସନଆମ୍ବଗାଁରେ ଗତକାଲି ସଂନ୍ଧ୍ୟାରେ ସିମେଂଟ ଇଟା ନିର୍ମାଣ ଫ୍ୟାକ୍ଟ୍ରିରେ ଇଟା ପ୍ରସ୍ତୁତି ସମୟରେ ଜଣେ ଯୁବକ କୃଷ୍ଣଚନ୍ଦ୍ର ବିଶ୍ଵାଳ(୨୭)ଙ୍କ ଡାହାଣ ହାତ ପାପୁଲି କଟି ଯାଇଥିଲା । ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ହିଞ୍ଜିଳିକାଟୁ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ପରବର୍ତି ସମୟରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
Related Stories
November 23, 2024