ଗଞ୍ଜାମ, ଦୂଷିତ ପାଣି ବ୍ୟବହାର କରି ଗଞ୍ଜାମ ଜିଲା ଶେରଗଡ ବ୍ଲକ ଥୁରୁବୁରାଇ ପଚାଂୟତ ଅନ୍ତର୍ଗତ ଖାସପା ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଗତ ଦୁଇ ଦିନ ମଧ୍ୟରେ ଗ୍ରାମର ବହୁ ସଂଖ୍ୟାରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଚିତ୍ରସେନ ଦଳେଇ(୪୫) ଓ ଚମ୍ପା ଦଳେଇ(୭୦)ଙ୍କ ଗତକାଲି ମୃତ୍ୟୁ ଘଟିଥିବା ବେଳେ ବାବୁ ମହାରଣା, ମହେଶ୍ଵର ବିଶ୍ଵାଳ ଓ ବସନ୍ତ ନାୟକ ହିଂଜିଳିକାଟୁ ଓ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ବ୍ୟବହାର ଓ ଭୋଜି ଖାଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତୁରନ୍ତ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଟିମ୍ ଏହି ଗ୍ରାମରେ ପହଂଚି ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇଦେବାକୁ ଦାବି ହେଉଛି ।
ସେହିପରି ଥୁରୁବୁରାଇ ଗ୍ରାମର ସନ୍ଦୀପ ଆଚାରୀ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।