କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଦେଶ ର ଲାଭ ଦାୟକ ସଂସ୍ଥା LIC କୁ ମୋଦୀ ସରକାର ବିକିବା ଆରମ୍ଭ କଲେ |ଦେଶ ସମ୍ପଦ କୁ ଶାଗ ମାଛ ରେ ବିକିବେ କର୍ପୋରେଟ ହାତରେ |ଖଣି ପାଣି, ବ୍ୟାଙ୍କ ବୀମା ବିକିଲେ ମୋଦୀ ସରକାର ହେଲେ ନିଯୁକ୍ତି ଘର ଶୂନ |ନିଯୁକ୍ତି ନ ଦେଇ ଲୋକଙ୍କ ହାତକୁ କାମ ଦେଲେନାହିଁ |ଆତ୍ମ ନିର୍ଭର ଭାରତ ଆଜି ବିଦେଶୀ ବହୁଜାତୀୟ ପୁଞ୍ଜିପତି ହାତରେ ବନ୍ଧା ପଡ଼ିଲାଣି| ବ୍ୟାଙ୍କ ବୀମା ରେ ବିଦେଶୀ କମ୍ପାନୀ ପଶିଲେ ଲାଭ ନେବେ ସେମାନେ ଏବଂ ଦେଶ ର ରାଜସ୍ବ କମିବ ପୁଞ୍ଜିପତି ଙ୍କୁ ଟିକସ ଛାଡ଼ିବେ ସରକାର,ଦେଶ ର ଆଗାମୀ ପିଢ଼ି ପାଇଁ କ୍ଷତି ହେବ | ଆଜି ଠାରୁ LIC କୁ ଖଣ୍ଡ ଖଣ୍ଡ କରି ଟେକି ଦେବେ ସରକାର ସେମାନଙ୍କ ହାତରେ | ଏହା ବିରୁଦ୍ଧରେ CPM ତରଫରୁ LIC ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା |ଏଥିରେ ଶରତ କୁମାର ରାୟଗୁରୁ,ଜଗନ୍ନାଥ ଦେଓ, ମନୋରଞ୍ଜନ ମହାରଣା, ବାହାନ ପରିଡା, ଦେବ ସାହୁ, ପୂର୍ଣ୍ଣ ବିଶ୍ୱାଳ,ବାଳକୃଷ୍ଣ ବେହେରା ପ୍ରମୁଖ ବିକ୍ଷୋଭ ରେ ସାମିଲ ଥିଲେ. LIC ବିକ୍ରି ବିରୁଦ୍ଧରେ ଦେଶ ର ଜନତା ଆଗକୁ ଆସିଲେ ହିଁ ଦେଶ ରହିବ ବୋଲି ବାର୍ତ୍ତା ଦେଇଛନ୍ତି ଶରତ କୁମାର ରାୟଗୁରୁ |
Related Stories
November 23, 2024