
3 ମଇ, 2022 ଠାରୁ ଉଭୟ ପାର୍ଶ୍ୱରୁ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଟ୍ରେନ୍ ଚଳାଚଳରେ ପୁନଃ ସେବା ପ୍ରଚଳନ କରିଛି | କୋଭିଡ ମହାମାରୀ ସମୟରେ ଏହି ଟ୍ରେନ୍ ଚଳାଚଳରେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଥିଲା |
3 ମଇ, 2022 ଠାରୁ 18021/18022 ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଟ୍ରେନ୍ ଖଡ଼ଗ୍ପୁରରୁ ଭୋର ୦୪ଘ.୪୦ମି.ରେ ଛାଡୁଥିବାବେଳେ ଖୋର୍ଦ୍ଧା ରୋଡ୍ରୁ ଅପରାହ୍ନ ୦୪ଘ.୪୫ମି.ରେ ଛାଡ଼ୁଛି |
ଏହି ଟ୍ରେନରେ ଗୋଟିଏ ଏସି ଚେୟାର କାର, ୧୩ ଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ଥିବାବେଳେ ଏହା ଖଡ଼ଗ୍ପୁର ଓ ଖୋର୍ଦ୍ଧା ରୋଡ୍ ମଧ୍ୟରେ
ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ ହଲ୍ଟ, ଅମର୍ଦା ରୋଡ, ବସ୍ତା, ମୟୂରଭଞ୍ଜ ରୋଡ୍, ରୁପ୍ସା, ହଳଦୀପଦା, ବାଲେଶ୍ୱର, ନୀଳଗିରି ରୋଡ୍, ଖନ୍ତାପଡ଼ା, ବାହାନାଗା ବଜାର, ସୋରୋ, ମାର୍କୋଣା, ରାଣୀତାଲ, ଭଦ୍ରକ, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼, ବୈତରଣୀ ରୋଡ଼, ଯାଜପୁର କେନ୍ଦୁଝରଗଡ଼, ଧାନମଣ୍ଡଳ, କପିଳାସ ରୋଡ଼, ଘଣ୍ଟିଖାଲ ନିଧିପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ମଂଚେଶ୍ୱର, ଭୁବନେଶ୍ୱର ଓ ଲିଙ୍ଗରାଜ ରୋଡ଼ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ |