
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ବେଙ୍ଗାଲୁରୁ ଠାରେ ଜାତୀୟ ଗୁଇନ୍ଦା ଗ୍ରୀଡ୍ ବା ନେସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ୍ (NATGRID) ପରିସରକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ସମାରୋହରେ ଉଦବୋଧନ ଦେଇ ଶ୍ରୀ ଅମିତ ଶାହ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଥମ ଦିନରୁ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ସବୁ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ତଥ୍ୟ, ପରିଧି ଓ ଜଟଳିତା ଦୃଷ୍ଟିରୁ ପୂର୍ବର ସୁରକ୍ଷା ଆହ୍ବାନ ତୁଳନାରେ ଆଜି ସୁରକ୍ଷା ଆବଶ୍ୟକତା ବେଶ୍ ବଦଳି ଯାଇଛି । ତେଣୁ ଆଇନଗତ ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ବିଶ୍ବସନୀୟ ଉତ୍ସରୁ ପ୍ରାପ୍ତ ସୂଚନା ସ୍ୱୟଂକ୍ରିୟ ପଦ୍ଧତିରେ ସୁରକ୍ଷିତ ଓ ତତ୍କାଳ ଯୋଗାଇ ଦେବାର ଆବଶ୍ୟକତା ରହିଛି । ତଥ୍ୟ (ଡେଟା) ସଂଗ୍ରହ କରୁଥିବା ସଂଗଠନଗୁଡ଼ିକ ଠାରୁ ସୂଚନା ପ୍ରାପ୍ତ କରିବା ଲାଗି ଏକ ଆଧୁନିକ ଏବଂ ଅଭିନବ ସୂଚନା ପ୍ରଯୁକ୍ତି ପ୍ଲାଟଫର୍ମ ବିକଶିତ ଓ ପରିଚାଳନା କରିବାର ଦାୟିତ୍ୱ ସରକାର NATGRIDକୁ ଅର୍ପଣ କରିଛନ୍ତି।