
ନୂଆପଡ଼ା, ନୂଆପଡା ଜିଲ୍ଲା ପରିଷଦ ଷଷ୍ଠ ବୈଠକ ଆଜି ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡ଼ଲି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲାପାଳ ସ୍ବାଧାଦେବ ସିଂ, ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇଥିଲେ। ସେହିପରି ନୂଆପଡା ଜିଲ୍ଲାର ୧୩ ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ୧୭ ଗୋଟି ବିଭାଗୀୟ ଉନ୍ନୟନ କାର୍ଯ୍ୟ ସହ କୃଷି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସେଚନ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ପାଳନ ବିଭାଗ, ଜଳ ବିଭାଜିକା ମିଶନ, ଆଦିବାସୀ ଉନ୍ନୟନ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ସାମାଜିକ ସୁରକ୍ଷା,ପଞ୍ଚାୟତିରାଜ, ବିଦ୍ୟୁତ,ସାମାଜିକ କଲ୍ୟାଣ, ଉଠା ଜଳସେଚନ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ମିଶନ, ଜିଲ୍ଲା ଶିକ୍ଷା ଓ ଗଣଶିକ୍ଷା ବିଭାଗ, ସର୍ବଶିକ୍ଷା ଅଭିଯାନ, ଅନେକ ବିଭାଗରେ କାର୍ଯ୍ୟ ଏବଂ ବ୍ୟୟ ଅଟ୍ଟକଳ ଉପରେ ବୈଠକରେ ଆଲୋଚନା ହୋଇଅଛି।