
ଶ୍ରୀଜଗନ୍ନାଥ ସଂସ୍କୃତି ଓ ସଂଗୀତ ର ବିକାଶ ଏବଂ ସୁରକ୍ଷା ପାଇଁ ସଂଗୀତକାର, ନାଟ୍ୟକାର, କଥାକାର,ସଂଗଠକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଗୀତିକାର ବଦ୍ରି ମିଶ୍ରଙ୍କୁ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ, ଓଡ଼ିଶା ପକ୍ଷରୁ ସୁଦର୍ଶନ ସମ୍ମାନ ରେ ସମ୍ମାନିତ କରାଯାଇଛି। ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ ରଜତ୍ କୁମାର କର,ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର କୁଳପତି ଅଶୋକ କୁମାର ମହାପାତ୍ର, ବର୍ଷିଆନ ସାହିତ୍ୟିକ ସାତକଡି ହୋତା, ବିଶିଷ୍ଟ ପ୍ରାବନ୍ଧିକ ପୀତବାସ ରାଉତରାୟ, ରମାକାନ୍ତ ମିଶ୍ର ଓ ଚିତ୍ରଶିଳ୍ପୀ ବଳଦେବ ମହାରଥା,ଶ୍ରୀମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଡକ୍ଟର ସୁରେନ୍ଦ୍ର ପୃଷ୍ଟିଙ୍କୁ ଜଗନ୍ନାଥ ସମ୍ମାନ, ଡକ୍ଟର ଗୋପାଳକୃଷ୍ଣ ଦାଶଙ୍କୁ ବଳଭଦ୍ର ସମ୍ମାନ ଓ ଡକ୍ଟର ସୁଧା ମିଶ୍ର ଙ୍କୁ ସୁଭଦ୍ରା ସମ୍ମାନ ପ୍ରଦାନ କରାଯାଇଥିଲା।