
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶହେ ମିଟର ନିଷିଦ୍ଧଞ୍ଚଳ ରେ ଆମସାର ଆକ୍ଟ କୁ ଉଲଂଘନ କରି ବଡ ବଡ଼ ବେଆଇନି ନିର୍ମାଣ ବିରୁଦ୍ଧରେ ମାମଲା କୋର୍ଟ ରେ ଥିବା ବେଳେ ନିର୍ମାଣ କାରି ସଂସ୍ଥା ନିର୍ମାଣ କାର୍ଯ୍ୟ କୁ ଯୁଦ୍ଧ କାଳୀନ ଭିତିରେ ଜାରି ରଖିଛି |କେନ୍ଦ୍ର ସରକାର ଓ ଏ ଏସ ଆଇ ନିରବ ଓ ସାଲିସ କରୁଛି |ଆଇନି ମତେ ଏ ଏସ ଆଇ ଏତଲା ଦେଉନି କି କୌଣସି ପଦକ୍ଷେପ ନେଲାନାହିଁ | ଆଇନି ର ଶାସନ ବ୍ୟାହତ ହେଇ ଚାଲିଛି କାର୍ଯ୍ୟପାଳିକା ନିରବ| ହାଇ କୋର୍ଟ, ସିଭିଲ କୋର୍ଟ, ଓ ଫୌଜ ଦାରି ମାମଲା ଚାଲୁ ରହିଥିଲା ବେଳେ ବାହାରେ ସତ୍ୟ ନ୍ୟାୟ, ନୀତି ପ୍ରତିଷ୍ଠା ପାଇଁ ଆଜି ଠାରୁ ପୁରୀ ବାର ଆସୋସିଏସନ ବାହାରେ ଓକିଲ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି |ଆଇନି ର ଶାସନ କାଏମ ପାଇଁ ଏ ସତ୍ୟାଗ୍ରହ ରେ ପ୍ରଶାନ୍ତ ମିଶ୍ର, ଶରତ କୁମାର ରାୟଗୁରୁ,ଜ୍ୟୋତି ପ୍ରକାଶ ମିଶ୍ର, ପ୍ରେମାନନ୍ଦ ମହାନ୍ତି, ହରେ କୃଷ୍ଣ ପ୍ରତିହାରୀ, ପ୍ରଦୀପ ପାତ୍ର, ସ୍ମୃତି ରଞ୍ଜନ ପତି, ଦୁର୍ଗା ମିଶ୍ର ବସିଛନ୍ତି |ସେମାନେ କହିଛନ୍ତି ଯେ କେନ୍ଦ୍ର ରାଜ୍ୟ ସରକାର ଆଇନି କୁ କାର୍ଯ୍ୟ କାରି କରିବା ବଦଳରେ ଆଇନି କୁ ଉଲଂଘନ କରି ଚାଲିଛନ୍ତି | ଏହାକୁ ଆଇନୀଜୀବୀ ମାନେ ଜଣେ ଜଣେ ନାଗରିକ ଭାବେ ଏହି ସତ୍ୟାଗ୍ରହ ଦ୍ୱାରା ସରକାର ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରିବାକୁ ଆଗେଇ ଆସିଛନ୍ତି |