ରାଉରକେଲା, ରାଉରକେଲା ମହାନଗର ନିଗମର ଜଣେ ଇଂଜିନିୟର ବାବୁ ଦିର୍ଘ ବର୍ଷ ଧରି ଜଣେ ଯୁବତୀଙ୍କ ପ୍ରେମରେ ମସଗୁଲ ହୋଇ ନିଜ ପତ୍ନୀଙ୍କୁ ବାରଦୁଆର ଶୁଣ୍ଢିପିଣ୍ଡା କରାଉଥିବା ବେଳେ ଆଜି ଇଂଜିନିୟର ବାବୁଙ୍କ ପତ୍ନୀ ନିଜର ବଢିଲା ଝିଅଙ୍କ ଠାରୁ କିଛି ଖବର ପାଇ ସୁଦୁର ପୁରୀରୁ ଆସି ସ୍ଵାମୀଙ୍କ ଘର ଆଗରେ ବସି କବାଟ ଖୋଲିବାକୁ ଯେତେ ବିନତି କଲାପରେ ମଧ୍ୟ ତାଙ୍କୁ କବାଟ ନଖୋଲିବା, ଘର ଭିତରକୁ ନଛାଡିବାକୁ ନେଇ ସ୍ଥିତି ଜଟିଳ ହୋଇଛି। ଅନ୍ୟପଟେ ମହିଳା ଜଣଙ୍କୁ ଆଜି ଯାଏ ରାଉରକେଲା ପୁଲିସି ନ୍ୟାୟ ଦେଇ ନପାରିବାରୁ ତାଙ୍କର ଦୁଖ ଅଧିକ ବଢିଚାଲିଛି ବୋଲି ଅଭିଯୋଗ ହୋଇଛି ।
ରାଉରକେଲା ମହାନଗର ନିଗମର ଇଂଜିନିୟର ଧଳ ବାବୁ, ତାଙ୍କର ୨ ଝିଅ । ଜଣେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଅନ୍ୟ ଜଣେ କଲେଜରେ । ୨୦୨୧ ଜୁଲାଇ ମାସରେ ମସିହାରୁ ବାବୁ ଧଳ କୁଆଡେ ଜଣେ ଯୁବତୀ ଜିଏକି ଲେବର ଟୁର୍ଣାମେଂଟ ରାଉରକେଲାରେ ରହି ଇଂଜିନିୟର ବାବୁଙ୍କ ଅଧିନରେ ଏସଏଜି ଗୃପର କିଛି କାମ କରୁଛନ୍ତି, ତାଙ୍କ ପ୍ରେମରେ ମସଗୁଲ ହୋଇ ନିଜ ପତ୍ନୀଙ୍କୁ ହଇରାଣ ହରକତ କରୁଥିଲେ ବୋଲି ଧଳ ବାବୁଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏନେଇ ସେ ଉଦିତ ନଗର ଥାନାରେ ୨୦୨୧ ମସିହାରେ ଅଭିଯୋଗ କରିବା ସହ ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଜୁଲାଇ ୩୧. ୨୦୨୧ରେ ଇଂଜିନିୟର ବାବୁଙ୍କ ପତ୍ନୀ ଉଦିତ ନଗର ଥାନାରେ କେଶ କରିବା ପରେ ବାବୁ ଇଂଜିନିୟର ବୁଝାମଣା କରି ଫେରିଥିଲେ। ପରେ ସେହି ସ୍ଥିତି ହେବାରୁ କଥାଗଲା ମହିଳା ଥାନାକୁ ଅଗଷ୍ଟ ୮ରେ । ହେଲେ ପୁଲିସି ମହିଳା ଜଣଙ୍କୁ ନ୍ୟାୟ ଦେଇ ପାରିଲା ନାହିଁ । ମହିଳା ଜଣଙ୍କୁ ରହୁଥିବା ଘରୁ ଇଂଜିନିୟର ବାବୁ ବାହାର କରି୍ଦେଲେ। ଶେଷରେ ସେ ନିଜ ବାପ ଘରର ସାହାରାରେ ରହୁଥିଲେ । ପିଲା ମାନଙ୍କ ସହଯୋଗରେ ରହୁଥିଲେ । ଇଂଜିନିୟର ବାବୁ ପ୍ରତି ମାସରେ୧୦ ହଜାର ଟଙ୍କା ଲେଖାଏଁ ମହିଳାଙ୍କୁ ଭରଣପୋଷଣ ଲାଗି ଦେଉଥିଲେ ପୁଣି ତାହା ୫ ହଜାରକୁ ଖସି ଆସିଲା ବୋଲି ସେ କହିଛନ୍ତି । ତେବେ ୩ ଝିଅଙ୍କ ସହ ସେ ଯୋଗାଯୋଗରେ ଥିବା ବେଳେ ବଡ ଝିଅ ୨ଦିନ ତଳେ ମାଙ୍କୁ ଜଣାଇଥିଲା ଯେ ବାପା ଘରକୁ ଫେରି ନାହାନ୍ତି, କହୁଛନ୍ତି ସୁନ୍ଦରଗଡରେ ଅଛି, ତାପରେ ମୋବାଇଲ ବନ୍ଦ । ଏହାକୁ ଶୁଣି ମହିଳା ଜଣକ ରାଉରକେଲାରେ ପହଁଚି ସେହି ଘରକୁ ଜିବାରୁ ତାଙ୍କୁ କବାଟ ଖୋଲା ଗଲା ନାହିଁ, ପୁଲିସି ଦେଖିଲା, ସହରର ବଡ ବଡ ନାରୀ ନେତ୍ରୀ ମାନେ ମଧ୍ୟ ଶୁଣିଲେ ହେଲେ ମହିଳା ଜଣଙ୍କୁ ନ୍ୟାୟ ମିଳିଲା ନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ସରକାରୀ ବାବୁ ମାନଙ୍କ ବିରୋଧରେ ଅଭିଯୋଗ ଏହା ପ୍ରଥମ ଥର ନୁହେଁ କିମ୍ବା ମହିଳାଙ୍କୁ ନିର୍ଯ୍ୟାତନା ଦେବା ପ୍ରଥମ ତାହା ନୁହେଁ,ଏ ସହରରେ ପୁଲିସି ଆଖି ଆଗରେ ଖୋଲା ଖୋଲି ଏହିଭଳି ଘଟଣାମାନ ଘଟିଚାଲିଛି । ଖୋଦ ପୁଲିସି ନାବାଳକ ମାନଙ୍କୁ ଥାନାକୁ ନେଇ ବିନା କାରଣରେ ନିର୍ଯ୍ୟାତନା ଦେଉଛି, ହେଲେ ଆମ ବ୍ୟବସ୍ଥା ନୀରବ । ଯେଉଁ ରାଜ୍ୟରେ କୁହାଯାଏ ମା କୁ ସମ୍ମାନ ଗାଁକୁ କାମ ସେଠି ଏହିଭଳି ସମ୍ମାନ ମିଳୁଛି ମହିଳା ମାନଙ୍କୁ । ଏହି ଘଟଣା କିଛି ଅବସର ପୁଲିସି ଅଫିସର ଜାଣିବା ପରେ କହିଛନ୍ତି ସଂପୃକ୍ତ ଝିଅକୁ ଡାକି ପୁଲିସି ପଚରା ଉଚରା କରିବା ସହ ମହିଳା ଥାନା ଏନେଇ ମାମଲା କରି ପିଡିତାଙ୍କୁ ନ୍ୟାୟ ଦେବା କଥା।