ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ ପିଭି ୩୩ ଗ୍ରାମର ଜଣେ ମହିଳା ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ, ପରେ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ କହିଥିଲେ । ତାପରେ ପରିବାର ଲୋକ ତାଙ୍କୁ ସାଙ୍ଗେ ସାଙ୍ଗେ କାଲିମେଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ମହିଳା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ, ମାଲକାନଗିରି ନେବା ସମୟରେ ରାସ୍ତାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ମହିଳା ଜଣକ ଏମ.ପି.ଭି ୩୩ ଗ୍ରାମର ଗୌତମ ବୈରାଗୀଙ୍କ ପତ୍ନୀ ଅନିକା ବୈରାଗୀ ବୋଲି ଜଣାପଡିଛି । ଅନିକା ବୈରାଗୀ ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ କୋଇମେଟଲା ସରପଞ୍ଚ ମୁନ୍ନା ପଡ଼ିଆମି ଯାଇ ପରିବାରକୁ ସମବେଦନା ଜଣାଇବା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
Related Stories
November 24, 2024
November 24, 2024