ଭୁବନେଶ୍ୱର। ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସର ସେବାକୁ ପୁରୀରୁ 5 ମଇ ଠାରୁ ଏବଂ ବଡ଼ବିଲରୁ 6 ମଇ ଠାରୁ ପୁନଃ ଚଳାଚଳ ପାଇଁ ନିଷ୍ପତି ନିଆଯାଇଅଛି।
Covid19 ମହାମାରୀ ସମୟରେ ଏହି ଟ୍ରେନ୍ କୁ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ଏହାର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା।
18416/18415 ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସ ପୁରୀରୁ 5 ମଇ, 2022 ଠାରୁ ସକାଳ 06 ଘ. 15 ମି. ରେ ଛାଡିବ ଏବଂ 6 ମଇ, 2022 ଠାରୁ ବଡ଼ବିଲରୁ ପୂର୍ବାହ୍ନ 09 ଘ. 15 ମି.ରେ ଛାଡିବ।
ଏହି ଟ୍ରେନରେ ଗୋଟିଏ ଏସି ଚେୟାର କାର, ଛଅଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ବଡ଼ବିଲ ମଧ୍ୟରେ ସାକ୍ଷୀଗୋପାଳ, ଡେଲାଙ୍ଗ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯଖପୁରା, ସୁକିନ୍ଦା ରୋଡ଼, ବାଘୁଆପାଳ, ଟମକା, ଟାଙ୍ଗିରିଆପାଳ, ଶଗଡ଼ପଟା, ଚିଲିକିଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ଵର, ସୀତାବିଞ୍ଜ, ବସନ୍ତପୁର, ନରଣପୁର, କେନ୍ଦୁଝରଗଡ଼, ଗୋଆଲଡିହ, ପରଜନପୁର, ନୟାଗଡ଼, ଜାରୋଲି,ବାଂଶପାଣି, ମୁର୍ଗା ମହାଦେବ ରୋଡ, ଦେଓଝାର, ଡଙ୍ଗଆପୋସି, ନୂଆମୁଣ୍ଡି ଓ ବଡ଼ଜମଦା ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ।