ଭୁବନେଶ୍ୱର : ପୂର୍ବତଟ ରେଳପଥରୁ ଉତ୍ପନ ହେଉଥିବା 93 ଟି ଟ୍ରେନ ରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ।
ମଇ ମାସ ପହିଲା ଠାରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ ହେବ।
ଏହି ଟ୍ରେନ ମାନଙ୍କରେ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ୍ (UTS) ପ୍ରଣାଳୀ ଟିକେଟ୍ ଦିଆଯିବ।
COVID-19 ମହାମାରୀ ସମୟରେ, ଭାରତୀୟ ରେଳବାଇ ସମସ୍ତ ଟ୍ରେନରେ ଅଣ ସଂରକ୍ଷିତ ଯାତ୍ରା ସୁବିଧା ଉପରେ ପ୍ରତିବନ୍ଧକ ଲଗାଇଥିଲା ଏବଂ କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଏହାକୁ ସଂରକ୍ଷିତ କୋଚ୍ କରିଥିଲା।
Covid19 ପରିସ୍ଥିତିକୁ ନଜର ଦେଇ ଏବଂ ସ୍ଥିତିର ସ୍ବାଭାବିକତାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଶ୍ରେଣୀରେ ବସିକି ଯାତ୍ରା କରିବା ସେବା ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଏବଂ ସଂରକ୍ଷିତ ରଖିବା ପାଇଁ ସ୍ଥିର କରାଯାଇଛି।
ପରିସ୍ଥିତିର ଆହୁରି ଉନ୍ନତିକୁ ଦୃଷ୍ଟିରେ ରଖି ସମସ୍ତ ମେଲ / ଏକ୍ସପ୍ରେସ ଟ୍ରେନରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ (UTS) ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି | ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦ୍ଵିତୀୟ ଶ୍ରେଣୀ ସିଟିଂ କୋଚରେ 93 ଟି ମେଲ / ଏକ୍ସପ୍ରେସ ଟ୍ରେନ ମାନଙ୍କରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ-ସଂରକ୍ଷିତ ଯାତ୍ରା ସୁବିଧା ପୁନ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛି | 1 ମଇ 2022 ଠାରୁ ଏହି ସେବା ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଇ ଅଗଷ୍ଟ ପହିଲା ମଧ୍ୟରେ ସମସ୍ତ ଟ୍ରେନ ରେ ଏହି ସେବା ଉପଲବ୍ଧ କରାଯିବ | 93 ଟି ମେଲ୍ / ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରୁ 17 ଟି ଟ୍ରେନ୍ ଇଣ୍ଟର ସିଟି ପରି ଟ୍ରେନ୍ ମାନଙ୍କରେ ଯେଉଁଠାରେ ଦ୍ୱିତୀୟ ଶ୍ରେଣୀ ଯାତ୍ରା ଅଣ ସଂରକ୍ଷିତ ଏବଂ ସଂରକ୍ଷିତ କୋଚ୍ ଭାବରେ ଚିହ୍ନିତ ହେବ | ସେହିଭଳି, ଅନ୍ୟ 76 ଦୂରଗାମୀ ମେଲ୍ / ଏକ୍ସପ୍ରେସ ଟ୍ରେନରେ ଦ୍ୱିତୀୟ ଶ୍ରେଣୀ ସିଟିଂ ଯାତ୍ରା କୋଭିଡ୍ ପୂର୍ବ ଭଳି ପ୍ରଯୁଜ୍ୟ ହେବ।