କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସହର କୁ ଲାଗିରହିଛି ଅନେକ ବସ୍ତି ଓ ବସବାସ କରୁଛନ୍ତି ଅନେକ ବାସିନ୍ଦା। ସାଧାରଣ ଲୋକଙ୍କ ମନ ରେ ରହିଥାଏ କି ବସ୍ତି ର ପିଲା ମାନେ ଅପାଠୁଆ ହୋଇଥାନ୍ତି, ସେମାନ ଙ୍କ ପାଖରେ ନଥାଏ କୌଣସି ପ୍ରତିଭା। କିନ୍ତୁ ଏଇ ସବୁ ଭାବନା କୁ ଭୁଲ୍ ପ୍ରମାଣ କରି ବସ୍ତିର ପିଲା ମାନଙ୍କୁ ମୁଖ୍ୟ ସ୍ରୋତ କୁ ଫେରେଇ ଆଣିବାକୁ ଅନ୍ୱଂସଣ ଓ ସମର୍ପଣ ଚାରିଟେବୁଲ ଟ୍ରଷ୍ଟ ମିଳିତ ଉଦ୍ୟମ କରି ପୁରୀ ଧୋବା ଖାଲ ବସ୍ତିରେ ପିଲା ଙ୍କୁ ମାଗଣା ଶିକ୍ଷା ସହ ଗୀତ,ନାଚ ଏବଂ ଚିତ୍ରାଙ୍କନ ର ଶିକ୍ଷା ଦିଆଯାଉଛି। ଏହି କ୍ରମ ରେ ପୁରୀ ଆର୍ଟ ଅଫ ଲିଭୀଙ୍ଗି ଅନୁଷ୍ଠାନ ପକ୍ଷରୁ ଉକ୍ତ ବସ୍ତି ର ପିଲା ମାନଙ୍କ ମଧ୍ୟରେ ନାଚ ଗୀତ ର ପ୍ରତିଯୋଗିତା କରାଯିବା ସହ ପିଲା ଙ୍କୁ ପାଠ୍ୟ ଉପକରଣ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଦସ୍ୟ ସଂଘମିତ୍ରା ମହାନ୍ତି, ସୁଚିଶ୍ମିତା ମହାନ୍ତି,ନମିତା ପଟ୍ଟନାୟକ, ପ୍ରମୋଦିନି ସିହ୍ନା, ଅଙ୍କିତା ସାହୁ, ପ୍ରିୟଦର୍ଶିନୀ ଲେଙ୍କା,ରିନା ସାହୁ,ସସ୍ମିତା ପାତ୍ର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଦସ୍ୟ ବ୍ରଜ କିଶୋର ସାହୁ ଓ ଦେବରାଜ ଦାସ ପରିଚାଳନା କରିଥିଲେ।
Related Stories
November 23, 2024