ଭୁବନେଶ୍ୱର, ଆଇଆଇଟି କାନପୁରର ତଥ୍ୟ ଅନୁସାରେ କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । କିନ୍ତୁ ଏବେ ଚତୁର୍ଥ ଲହର ସମ୍ଭାବନା ଯଥେଷ୍ଟ କମ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ ଯଦି ଚତୁର୍ଥ ଲହର ଆସେ ବିଶେଷ ପ୍ରଭାବ ପକାଇବ ନାହିଁ । ଦିଲ୍ଲୀକୁ କରୋନା ଆସିବା ପ୍ରାୟ ମାସେ ହେଲାଣି । ହେଲେ ଏଯାଏଁ ରାଜ୍ୟରେ ଏହାର ପ୍ରଭାବ ପଡ଼ିନାହିଁ । ଦୁଇ ଦିନ ତଳେ ଆସିଥିବା ତଥ୍ୟ କହୁଛି କରୋନା ଆକ୍ରାନ୍ତ ବର୍ତମାନ ଗୁରୁତର ହେଉ ନାହାନ୍ତି । ଯେଉଁଠି କରୋନା ବାହାରେ ତାହାଲେ ସେଠାରେ ପଦକ୍ଷେପ ନିଆଯିବ । ଏହାସହ ଦିଲ୍ଲୀକୁ କରୋନା ଆସିବା ପ୍ରାୟ ମାସେ ହେଲାଣି । ହେଲେ ଏଯାଏ ରାଜ୍ୟରେ ଏହାର ପ୍ରଭାବ ପଡ଼ିନାହିଁ । ରାଜ୍ୟରେ ସିଭିଅରଟି ନାହିଁ, ହସ୍ପିଟାଲାଇଜେନ ନାହିଁ । ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି । ତେଣୁ କୌଣସି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।