
-
ପାର୍ଚ୍ଚା ପାଇଥିବା ସତ୍ବେ ହୋଇ ନାହିଁ ଜମି ଚିହ୍ନଟ
-
ବିଭାଗୀୟ ଅଧିକାରୀଙ୍କ ସହ ଖର୍ଲିକାନିରେ ପହଁଞ୍ଚିଲେ ନରସିଂହ
ବଲାଙ୍ଗିର, ବଲାଙ୍ଗିର ସହରରୁ ଅନତି ଦୂରରେ ଖର୍ଲିକାନି ଗାଁ । ଅନେକ ଗରିବ ବିଶେଷ କରି ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ । ୧୯୯୫ ମସିହାରୁ ସରକାର ଏମାନଙ୍କୁ ଚିହ୍ନଟ କରି ୪ଡିସିମିଲ ଲେଖାଏଁ ଜମି ପ୍ରଦାନ କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପାର୍ଚ୍ଚା ପାଇଥିବା ସତ୍ବେ ସେମାନଙ୍କର ଜମି ଚିହ୍ନଟ ହୋଇ ପାରୁନାହିଁ । ଦିର୍ଘ ବର୍ଷରୁ ସରକାରଙ୍କ ପାଖକୁ ଧାଇଁ ଧାଇଁ ଏମାନେ ନୟନ୍ତ । ଗରିବଙ୍କ କଥା ଶୁଣିବାରେ ସମୟ ନାହିଁ ସରକାରଙ୍କ ପାଖରେ । ଓଲଟା ତାଙ୍କୁ ଜମି ଦିଆଯାଇଥିବା ଅଂଚଳକୁ ସରକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଚିହ୍ନଟ କରିଛନ୍ତି । ଝାଟିମାଟି ଘର ପୁଣି ଭାଙ୍ଗି ଯିବାର ଭୟ । ତେଣୁ ୫୦ ରୁ ଉର୍ଦ୍ଧ୍ୱ ପାର୍ଚ୍ଚା ପାଇଥିବା ଆଦିବାସୀ ଲୋକେ ଅଭିଯୋଗ କରିଥିଲେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ପାଖରେ । ଆଜି ସକାଳେ ଅଭିଯୋଗ ପାଇ ଶ୍ରୀ ମିଶ୍ର ୮ଟା ସମୟରେ ତହସିଲଦାର ମଘବାନ ବାଗ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ସହ ଗାଁରେ ପହଞ୍ଚି ଥିଲେ । ସେଠାରେ ଦେଖାଯାଇଥିଲା ସରକାର ଲୋକଙ୍କୁ ପାର୍ଚ୍ଚା ଦେଇଛନ୍ତି, ବର୍ଷକୁ ବର୍ଷ ଜମି ବାବଦରେ ଖଜଣା ମଧ୍ୟ ନେଉଛନ୍ତି କିନ୍ତୁ ସରକାରଙ୍କ ପାଖରେ ଜମିର ନକଲ, ନକ୍ସା କିଛି ନ ଥିବା ଅଧିକାରୀମାନେ କହୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କୌଣସି ରେକର୍ଡ ନ ଥାଇ ସରକାର କିପରି ଖଜଣା ଆଦାୟ କରୁଛନ୍ତି । ତେଣୁ ବିଧାୟକ ମିଶ୍ର ତୁରନ୍ତ ପାର୍ଚ୍ଚା ପାଇଥିବା ଲୋକଙ୍କୁ ତାଙ୍କର ଜମି ଚିହ୍ନଟ ଏବଂ ଅହୁରି ୪୦ ରୁ ୫୦ ଜଣ ଭୂମିହୀନ ଆଦିବାସୀଙ୍କୁ ତୁରନ୍ତ ଏହି ଜାଗାରେ ଘରଟିଏ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ପିଇବା ପାଣି ପାଇଁ ଏକ ଟ୍ୟୁବ୍ ୱେଲ ସ୍ଥାପନ ପାଇଁ ଉପସ୍ଥିତ ଥିବା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ସମସ୍ତ ପାର୍ଚ୍ଚା ପାଇଥିବା ଜମି ମାଲିକମାନଙ୍କୁ ଏକ ନୋଟିସ ଜାରି କରିବା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଯେହେତୁ ଏହି ଅଂଚଳରେ ବୃଦ୍ଧାଶ୍ରମ ପାଇଁ ସରକାରଙ୍କ ତରଫରୁ ଜାଗା ଚିହ୍ନଟ କରାଯାଇଛି ତେଣୁ ଆସନ୍ତା କାଲି ପୁଣିଥରେ ବିଧାୟକ ଶ୍ରୀ ମିଶ୍ର, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ତହସିଲଦାର ଶ୍ରୀ ବାଗ ଏବଂ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ମିଳିତ ଭାବରେ ଆସି ଗରିବ ଆଦିବାସୀମାନଙ୍କୁ ସେମାନେ ପାଇଥିବା ପାର୍ଚ୍ଚା ଜମି ଚିହ୍ନଟ ଏବଂ ଭୂମିହୀନଙ୍କ ପାଇଁ ସେଠାରେ ଜମିର ବନ୍ଦୋବସ୍ତ କରିବାର ବ୍ୟବସ୍ଥା କରାଯିବ ଉପସ୍ଥିତ ଗ୍ରାମବାସୀଙ୍କୁ ଶ୍ରୀ ମିଶ୍ର ପ୍ରତିଶୃତି ଦେବା ସହ ଯଦି ସରକାର ଗରିବ ଆଦିବାସୀ ଭୂମିହୀନଙ୍କୁ ଏବଂ ପାର୍ଚ୍ଚା ପାଇଥିବା ଆଦିବାସୀମାନଙ୍କୁ ଜମି ଚିହ୍ନଟ କରି ପ୍ରଦାନ ନ କରେ ତେବେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।