
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ବର ପଂଚାୟତର କୁଳିଗାଁ, ତିଖାଲି ଗ୍ରାମରେ ବାରହା ଉପଦ୍ରବ ବୃଦ୍ଧି ପାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଉଠା ଜଳସେଚନ ଯୋଜନାରେ ଅଂଚଳର ଶହ ଶହ ଚାଷୀ ରବି ଧାନ ଚାଷ କରିଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ବାରହା ପଲ ଆସି ଧାନକୁ ଖାଇ ନଷ୍ଟ କରି ଦେଉଛନ୍ତି । ରାତ୍ର ସମୟରେ ଏହି ବାରହା ପଲ ଆସି ଧାନକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।