
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ କର୍ମଚାରୀ ପବନ କୁମାରଙ୍କ ବିଦାୟକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପାତ୍ର ଶ୍ରୀମତୀ କୁମାରଙ୍କ ଦିର୍ଘ ଦୀନର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଏନଏସି କର୍ମଚାରୀ ନାକ ଭୋଇ କୁମାରଙ୍କ ମାନପତ୍ର ପଠନ କରିଥିଲେ । ଶ୍ରୀମତୀ କୁମାରଙ୍କ କାର୍ଯ୍ୟର ସମସ୍ତେ ପ୍ରସଂଶା କରିଥିଲେ ।
ଏହି ସଭାରେ ଏନଏସିର ସଂଯୁକ୍ତା ପଣ୍ଡା, ବର୍ଷାରାଣୀ ପଣ୍ଡା, ମଧୂସ୍ତିତା ମିଶ୍ର, ସୁଜତା ଗୋଛାୟତ, ତାମ୍ରଧ୍ଵଜ ମାଝୀ, ସଂଜୀବ କୁମାର, ପ୍ରମୋଦ ଠାକୁର, ଧୀରେନ ତ୍ସିନ୍ଧୁର, ଗୌତମ ସାହୁ, ଲକ୍ଷ୍ମୀ କାଣ୍ଡ, ଆସିର ମେହେର, ପଲ୍ଲବୀ ମହାନ୍ତୀ, ଅର୍ଣ୍ଣପୂର୍ଣା ,ଶଙ୍କର ନାଏକ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରିଥିଲେ ।