ଭବାନୀପାଟଣା, ହାର୍ଡକୋର ମାଓବାଦୀ ଲକ୍ଷ୍ମଣ ସେଣ୍ଡୁ ଓରଫ ଲାଲସୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । କଳାହାଣ୍ଡି ଏସପି ଓ ଦକ୍ଷିଣ-ପଶ୍ଚିମାଚଂଳ ଡିଆଇଜିଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛି ।
ସେ ଦୀର୍ଘ ଦିନ ଧରି ମାଓ ସଂଗଠନ ସହିତ ଜଡ଼ିତ ଥିଲା । ତା’ ନାମରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଲକ୍ଷ୍ମଣ ବଂଶଧାରା – ଘୁମୁସର – ନାଗାବଳୀ ଡିଭିଜନର ଏରିଆ କମାଣ୍ଡର ଥିଲା । ୨୦୧୬ ମନସ୍କା ଗୁଳିକାଣ୍ଡ, ବାରଙ୍ଗପଦର ଗୁଳିକାଣ୍ଡରେ ତାର ସମ୍ପୃକ୍ତି ଥିଲା ।