ପୁରୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଉପରୁ ତଳକୁ ଡେଇଁ ପଡି ଜଣେ ମହିଳା ଗୁରୁତର ହୋଇଥିଲେ । ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପକ୍ଷରେ ସେ କେଉଁ କାରଣରୁ ଏପରି କଲେ ଅର୍ଥାତ୍ ଗୁମୁଟ ଉପରୁ ଡେଇଁଲେ, ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
Related Stories
November 23, 2024