-
ଶ୍ରମିକ ମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଉପରେ ଗୁରୁତ୍ୱାରୋପ
ବଲାଙ୍ଗୀର ,ବଲାଙ୍ଗୀର ରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ତାନୀୟ ବିଭାଗୀୟ ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ପରିସରରେ, ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ ଜିଲ୍ଲା ପ୍ରଶାସନ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ବଲାଙ୍ଗୀର ଙ୍କ ମିଳିତ ଆନୁକୁଲ୍ୟରେ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ ହୋଇଥିଲା। ଏହି ଦିବସ ପାଳନ ଉପଲକ୍ଷେ ସାଧାରଣ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନେ ନିଜ ଅଧିକାର ପ୍ରତି ସଚେତନ ହେବା ସହ ଶ୍ରମିକ ମାନେ ଯେପରି ରାଜ୍ଯ ସରକାର ଙ୍କ ବିଭିନ୍ନ ଶ୍ରମିକ କଲ୍ଯାଣ ଯୋଜନା ର ସୁଫଳ ପାଇପାରିବେ ସେଥିପ୍ରତି ବିଭିନ୍ନ ଶ୍ରମିକ ସଙ୍ଗଠନ ତଥା ଜିଲ୍ଲା ଶ୍ରମବିଭାଗ ବିଶେଷ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ଶ୍ରମିକ ମାନେ ହେଉଛନ୍ତି ବିକାଶ ର ମୁଖ୍ୟ ଆଧାର। ରାଜ୍ଯ ସରକାର ସେମାନଙ୍କ କଲ୍ଯାଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ଯୋଜନା ଗୁଡିକ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ସଭାରେ ଉପାଧ୍ୟକ୍ଷା ମିଥିଳା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଶ୍ରମିକମାନେ ସେମାନଙ୍କ କଲ୍ଯାଣ ପାଇଁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଅଧିକାର ସମ୍ପର୍କରେ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା ସଭାପତିତ୍ଵ କରି ଶ୍ରମିକ ମାନଙ୍କ ନିମନ୍ତେ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ବିଭିନ୍ନ କଲ୍ଯାଣ ଯୋଜନା ଓ ସାମାଜିକ ନିରାପତ୍ତା ଆଇନ ସମ୍ପର୍କରେ ଆଲୋକପାତ କରିବା ସହ ଏସମ୍ପର୍କରେ ବିଭିନ୍ନ ଶ୍ରମିକ ସଙ୍ଗଠନ ଓ ଶ୍ରମ ବିଭାଗ ବ୍ୟାପକ ସଚେତନତା କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଅଣକୁଶଳୀ ଅର୍ଦ୍ଧ କୁଶଳୀ କୁଶଳୀ ଅତି କୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରମିକମାନେ ନିଜ ଅଧିକାର ପ୍ରତି ସଚେତନ ହେବା କୁ ପରାମର୍ଶ ଦେଇଥିଲେ। ଶ୍ରମିକ ମାନଙ୍କ ହିତ ପାଇଁ ଶ୍ରମବିଭାଗ ଆହୁରି ସକ୍ରିୟ ଭବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ସ୍ୱାଗତ୍ କରିବା ସହିତ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତତ୍ପର୍ଯ୍ୟ ଓ ବଲାଙ୍ଗିର ଜିଲାରେ ଶ୍ରମିକ ମାନଙ୍କ କଲ୍ଯାଣ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ଅବସରରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ରେ ୨୦୦ ଜଣ ଙ୍କୁ ଶ୍ରମ କାର୍ଡ,ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ନିରାପତ୍ତା ଯୋଜନାରେ ୮୫ ଜଣ ଙ୍କୁ ପରିଚୟ ପତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭଗ ଦ୍ଵାରା ଖବରକାଗଜ ବିତରକ ମାନକୁ ଅତିଥି ଗଣ ପରିଚୟ ପତ୍ର ବିତରଣ କରିଥିଲେ। ଏହି ଉତ୍ସବରେ ଆଇନ ସେବା ପ୍ରାଧୀକରଣ ର ପାରା ସ୍ୱେଚ୍ଛାସେବୀ ବିଦୁ ଲତା ଖମାରି ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଶ୍ରମ ନିରୀକ୍ଷକ ନିରଞ୍ଜନ ଭୂୟାଁ, ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନ କର୍ମକର୍ତ୍ତା ତଥା ଶ୍ରମିକ, ଜିଲ୍ଲା ଶ୍ରମବିଭାଗ କର୍ମଚାରୀ ମାନେ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଶେଷରେ ସହକାରୀ ଶ୍ରମ ଅଧିକାରୀ ପାନା ମଣି ସୋରେନ ଧନ୍ଯବାଦ ଅର୍ପଣ କରିଥିଲେ।