
ଭୁବନେଶ୍ୱର, ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ପାଣି, ଛାଉଣୀ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଡହଡହ ଖରାରେ ବାହାରେ ରୋଗୀ ଗଛ ତଳେ ପଡ଼ିଥିବା ଘଟଣା ଗଣମାଧ୍ୟମରେ ଆସିବା ପରେ ରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାଟି କାଲି ତାଙ୍କ ନୋଟିସକୁ ଆସିଛି । ଖରାଦିନେ କଣ ବ୍ୟବସ୍ଥା କରିହେବ, ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନଙ୍କୁ ପାନୀୟ ଜଳ ପ୍ରଦାନ କରିବା ଓ ତାଙ୍କ ପାଇଁ ଛାଉଣୀର ବ୍ୟବସ୍ଥା କରିବା ଭଳି ଭଳି ପଦକ୍ଷେପ ନିଆଯାଉଛି ।