ଖୋର୍ଦ୍ଧା, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥର କହ୍ନେଇପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର ଡ୍ରାଇଭରର ମୃତ୍ୟୁ ଘଟିଛି । ଅସମର୍ଥିତ ସୂତ୍ର ମୁତାବକ ଚଣ୍ଡେଶ୍ଵର ଅଂଚଳର ଏକ ସ୍ଵିଫ୍ଟ ଡ଼ିଜୟାର ଏବଂ ବେଲପଡା ଅଂଚଳର ଏକ ଇଣ୍ଡିଗୋ କାର୍ ଉଭୟେ ଆଗ ପଛ ହୋଇ ଭୁବନେଶ୍ଵରରୁ ବାଲୁଗାଁ ଅଭିମୁଖେ ଆସୁଥିଲେ । ତେବେ ନାଚୁଣୀ ଫାଣ୍ଡି ନିକଟସ୍ଥ କହ୍ନେଇପୁର ଛକରେ ହଠାତ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଇଣ୍ଡିଗୋ କାରଟି ଏକ ଦୋକନ ଭିତରେ ପଶି ବିଦ୍ୟୁତ ଖୁଂଟରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଓ ନାଚୁଣୀ ଫାଣ୍ଡି ପୋଲିସ ସହାୟତାରେ ଉଭୟ ଗାଡିର ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲ ପଠାଯାଇଥିବା ବେଳେ ଇଣ୍ଡିଗୋ ଗାଡ଼ିରେ ଥିବା ଡ୍ରାଇଭରର ମୃତ୍ୟୁ ହୋଇଥିବାର ଜଣାପଡିଛି । ମୃତକ ଜଣକ ଛେଡାପଦର ଗ୍ରାମର ଗାଡ଼ି ଚାଳକ ଭବାନୀ ଶଙ୍କର ଜାଲି ବୋଲି ଜଣାପଡିଛି । ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାର ତଦନ୍ତ କରୁଛନ୍ତି ।
Related Stories
November 23, 2024