ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ମଶାଣିଟି ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ବିଭିନ୍ନ ସ୍ଥାନ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଥିଲା । ତେବେ ପ୍ରାଥମିକ ସ୍ତରରେ ମଶାଣିର ଉନ୍ନତିକରଣ ନିମନ୍ତେ ଆଜି ମାଲକାନଗିରି ପୋୖରାଧ୍ୟକ୍ଷ ମନୋଜ ବାରିକ ପଦକ୍ଷେପ ନେଇଛନ୍ତି । ଶ୍ରୀ ବାରିକ ଆଜି ମଶାଣୀକୁ ଗସ୍ତ କରି ତାହାର ଉନ୍ନତିକରଣ କାର୍ଯ୍ୟର ଆରମ୍ଭ କରିବା ସହ କାର୍ଯ୍ୟର ତଦାରଖ କରିଛନ୍ତି ।
ଏହି ଅବସରରେ ବିଜୁ ଜନତା ଦଳର କର୍ମି ନାଥନ ବାଲା ଓ ଲଚନା ରାଓ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ । ମଶାଣୀର ଉନ୍ନତି ସହ ସୌନ୍ଦର୍ଯ୍ୟକରଣ ପାଇଁ ଦୀର୍ଘସମୟ ଧରି ଦାବି ହେଉଥିବା ବେଳେ ପ୍ରାଥମିକ ସ୍ତରରେ ଆଜିଠାରୁ ଏହି କାର୍ଯ୍ୟର ଆରମ୍ଭ କରାଯାଇଛି। ଆଗକୁ ଆହୁରି ଉନ୍ନତିକରଣ କରାଯିବ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି ।