ପଟ୍ଟାମୁଣ୍ଡାଇ, ବିଶ୍ଵ ପ୍ରସିଦ୍ଧ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଆସନ୍ତା କାଲି ଠାରୁ ଜୁଲାଇ ୩୧ତାରିଖ ଯାଏଁ ପର୍ଯ୍ୟଟକମାନଙ୍କ ପାଇଁ ୩ ମାସ ଧରି ବନ୍ଦ ରହିବ ଭିତରକନିକା ଜାତୀୟଉଦ୍ୟାନ । ବଉଳାକୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦ୍ରୁଷ୍ଟିରେ ରଖି ବନବିଭାଗ ଏହି ପଦକ୍ଷେପ ନେଇଛି।ଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ।ଏହି ତିନିମାସ କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ପ୍ରକୋଷ୍ଠ ସମୟ ହୋଇଥିବାରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମୋଟରଚାଳିତ ବୋଟ ଗୁଡିକୁଜାତୀୟ ଉଦ୍ୟାନରେ ନିଷିଦ୍ଧ କରାଯାଇଛି। ଏହି ଜାତୀୟ ଉଦ୍ୟାନ ରେ ପାଖାପାଖି ଅଠରଶହ କୁମ୍ଭୀର ଅଛନ୍ତି। ସେମାନଙ୍କର ସୁରକ୍ଷିତ ପ୍ରଜନନ ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। ଅଗଷ୍ଟ ମାସ୧ ତାରିଖରୁ ପୁନର୍ବାର ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।
Related Stories
November 23, 2024