ବଲାଙ୍ଗୀର,ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଜମୁନାପାଲି ଗ୍ରାମର ଆଶା କର୍ମୀ ମହିମା ମହାନନ୍ଦଙ୍କୁ ଜାତିଆଣ ଆକ୍ଷେପ କରି ମାଡ ମାରିଥିବା ନେଇ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନାନୁସାରେ, ମହିମା ମହାନନ୍ଦ ଯମୁନାପାଲିର ଆଶା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ ଛୋଟ ଜାତି ବା ଅନୁସୂଚିତ ଜାତିର ହୋଇଥିବାରୁ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ଗାଁ ଲୋକଙ୍କୁ ଉସୁକେଇ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଆଶା କର୍ମୀ କାର୍ଯ୍ୟରୁ ବାରଣ କରିଥିଲେ। ଆଶା କର୍ମୀ ମହିମା ମହାନନ୍ଦ ଏହାପରେ ଖପ୍ରାଖୋଲ ଥାନାରେ ଏବଂ ହସ୍ପିଟାଲକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିଲେ ନାହିଁ। ଶେଷରେ ଆଶା କର୍ମୀ ଜଣକ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ବିଜୟ ବି ହେଲେ କିନ୍ତୁ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ପୁଣି ତାଙ୍କ ଉପରେ ଚାପ ସୃଷ୍ଟି କଲେ। ଜୀବନରେ ମାରି ଦେବାର ଧମକ ଦେଲେ।କଥା ଏତିକିରେ ସରିଲା ନାହିଁ। ଶେଷ ରେ ଆଜି ସକାଳେ ଆଶା କର୍ମୀ ମହିମା ମହାନନ୍ଦଙ୍କ ଉପରେ ମରାଣନ୍ତକ ଆକ୍ରମଣ କରି ମାଡ଼ ମାରିଲେ।ହୋ ହାଲ୍ଲା ହେବା ପରେ ଗ୍ରାମର କିଛି ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ।ଏହି ଘଟଣା ପରେ ମହିମା ଏଲ.ଡ଼ି.ଏ ସଂଗଠନ ସାହାଯ୍ୟରେ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ଖପ୍ରାଖୋଲ ଆଇଆଇସି ରମାକାନ୍ତ ସାହୁ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।