
ଭୁବନେଶ୍ୱର, ଅନ୍ୟ ରାଜ୍ୟ ଭଳି ଓଡିଶାରେ କୋଇଲା ସଙ୍କଟ ନାହିଁ । ବିଭିନ୍ନ ରାଜ୍ୟରେ କୋଇଲା ଓ ଶକ୍ତି ସଂକଟ ଚାଲିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ଦେଇ ନେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଓଡ଼ିଶାରେ ତୁଳନାତ୍ମକ ଭାବେ ସ୍ଥିତି ଭଲ ରହିଛି । ଅନ୍ୟ ରାଜ୍ୟରେ କୋଇଲା ଅଭାବରୁ ୧୦ରୁ ୧୨ ଘଂଟା ବିଦ୍ୟୁତ କାଟ୍ ହେଉଛି । ଓଡ଼ିଶାରେ ସେଭଳି ବିଦ୍ୟୁତ କାଟ୍ ସ୍ଥିତି ନାହିଁ । ସବୁ ବିଦ୍ୟୁତ ପ୍ରକଳ୍ପକୁ ପର୍ଯ୍ୟାପ୍ତ କୋଇଲା ଯୋଗାଇବାକୁ ଏମସିଏଲ୍ କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।