
ଭୁବନେଶ୍ୱର, ବୈଶାଖ ଅମାବାସ୍ୟା ତିଥିରେ କାଳଜୟୀ ଶ୍ରଷ୍ଟା, ଗଣ ହୃଦୟର କବି ଗଣକବି ବୈଷ୍ଣବ ପାଣିଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିଲେ । ଗଣକବି ବୈଷ୍ଣବ ପାଣିଙ୍କ ନାମରେ ଏକ ସଂଗ୍ରହାଳୟ କରାଯାଇ କାଳଜୟୀ ଶ୍ରଷ୍ଟାଙ୍କର ସମସ୍ତ ସାମଗ୍ରୀ ଗୁଡିକୁ ସୁରକ୍ଷିତ ଭାବେ ରକ୍ଷଣା ବେକ୍ଷଣ କରିବା ପାଇଁ ଏହି ଅବସରରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ବାସନ୍ତୀ ତ୍ରିପାଠୀ, ବରିଷ୍ଠ ସଦସ୍ୟ ପ୍ରସନ୍ନ ରଥ, ଶରତ ଚନ୍ଦ୍ର ସାହୁ ଓ ମହେଶ୍ୱର ବିଶ୍ୱାଳ ପ୍ରମୁଖ ବହୁ ସଦସ୍ୟ ବରପୁତ୍ରଙ୍କ ଗୁଣଗାନ କରି ଶ୍ରଦ୍ଧାଞ୍ଜଳିି ଜ୍ଞାପନ କରିଥିଲେ ।