 
                ଭଦ୍ରକ – ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଟାଙ୍କରା ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ  ଲକ୍ଷାଧିକ ଟଙ୍କାର ସଂପ ପୋଡି ପାଉଁଶ ହୋଇଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ରାତିରେ ଟାଙ୍କରା ଗ୍ରାମନିବାସୀ ସୁଦାମ ପାତ୍ର, ନିରଂଜନ ପାତ୍ର, ସୂର୍ଯ୍ୟମଣି ପାତ୍ରଙ୍କ ସମୁଦାୟ ୭ ବଖରା ଘର ଏହି ଅଗ୍ନିକାଣ୍ଡରେ ଭସ୍ମ ହୋଇଛି। ସୁଦାମ ପାତ୍ରଙ୍କର ୩ ବଖରା ଘର ଏହି ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବାବେଳେ ସୂର୍ଯ୍ୟମଣି ଓ ନିରଂଜନଙ୍କର ଦୁଇଟି ଲେଖାଏଁ ବଖରା ଭସ୍ମ ହୋଇଛି। ଏହି ଅଗ୍ନିକାଣ୍ଡରେ ୩ଟି ପରିବାରର ସମସ୍ତ ମୂଲ୍ୟବାନ ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କାର ସମସ୍ତ ସୁନାଗହଣା ପୋଡି ନଷ୍ଟ ହେବା ସହ ୨ଟି ଗାଈ ପୋଡି ଗୁରୁତର ହୋଇଛନ୍ତି। ଏହି ଅଗ୍ନିକାଣ୍ଡର ଖବର ପାଇ ଧାମନଗର ବ୍ଲକ୍ ଅଧ୍ଯକ୍ଷ ଅଶୋକ ନାୟକ, ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯତିନ୍ଦ୍ର ମିଶ୍ରଙ୍କ ସହ ଆଲୋଚନା କରି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏବଂ ୩ଟି ପରିବାରକୁ କିଭଳି ଥଇଥାନ କରାଯିବ, ସେ ଦିଗରେ ଆଲୋଚନା କରିଛନ୍ତି। ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହô ନିଆଁକୁ ଆୟ କରିଥିଲେ ମଧ୍ଯ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
                            
                        
	                    
 
                    







