-
ଗମନାଗମନ ପୁନଃସ୍ଥାପିତ, ପାନୀୟ ଜଳଯୋଗାଣ ଅବ୍ୟାହତ
-
ମଙ୍ଗଳବାର ସଂଧ୍ୟା ସୁଦ୍ଧା ଶତପ୍ରତିଶତ ବିଦୁ୍ୟତ୍ ଯୋଗାଣ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଧ ଶ
ଭୁବନେଶ୍ୱର – ସାମୁଦ୍ରିକ ବାତ୍ୟା ୍ଥବୁଲ୍ବୁଲ୍ଦ ପରବର୍ତୀ ସ୍ଥିତି ବିଷୟରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ସମୀକ୍ଷା କରିଛନ୍ତି । ରାଜ୍ୟ ଲୋକସେବା ଭବନଠାରେ ଅନୁÂିତ ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସଦ୍ୟତନ ସ୍ଥିତି ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ବାସ୍ତବ ସ୍ଥିତି ବିଷୟରେ ସୂଚନା ଦେଇଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ, ବାତ୍ୟାରେ ମୁଖ୍ୟତଃ ବାଲେଶ୍ୱର, ଭଦ୍ରଖ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ମୟୁରଭଞ ଆଦି ୬ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି । ବ ର୍ମାନ ସୁଦ୍ଧା ଓଡ୍ରାଫ, ଏନ୍. ଡି.ଆର.ଏଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମ୍ ମାନଙ୍କ ଦ୍ୱାରା ପ୍ରଭାବିତ ପ୍ରାୟ ୪୬ଟି ବ୍ଲକ୍ ଏବଂ ୧୨ଟି ସହରା ଳରେ ରାସ୍ତାଘାଟ ସଫାକରାଯାଇ ଗମନାଗମନ ବ୍ୟବସ୍ଥା ପୁନଃ ସ୍ଥାପନ କରାଯାଇଛି । ବାତ୍ୟାରେ ବିଶେଷ ପ୍ରଭାବିତ ହେବାକୁଥିବା ତଳିଆ ଅଂଚଳରୁ ୮,୬୬୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୯୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ଆବଶ୍ୟକୀୟ ଖାଦ୍ୟ ଓ ଆନୁସଂଗିକ ସୁବିଧା ଦିଆଯାଇଥିଲା । ସ୍ଥିତି ସୁଧୁରିବା ପରେ ସେମାନେ ସମସ୍ତେ ନିଜ ନିଜ ଘରକୁ ଫେରିଯାଇଛନ୍ତି । ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପଦକ୍ଷେପ ଯୋଗୁ ବ ର୍ମାନ ପଯର୍ୟନ୍ତ ଏ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇନାହିଁ । ପଂ·ୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ ସିଂ ଜଣାଇଥିଲେ ଯେ ବତ୍ୟା ଆସିବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଂଚଳ ମାନଙ୍କରେ ଓଭରହେଡ ଟାଙ୍କି ଗୁଡିକୁ ପୂରଣ କରି ରଖାଯାଇଥିଲା । ବିଭିନ୍ନ ସ୍ଥାନରେ ଆଗୁଆ ଜେନେରେଟର ମଧ୍ୟ ରଖାଯାଇଥିଲା । ବାତ୍ୟା ଯୋଗୁ ବିଦୁ୍ୟତ ଯୋଗାଣ ବିଚ୍ଛିନ୍ନ ହେବା ପରେ ପରେ ଜେନେରେଟର ସାହାଯ୍ୟରେ ସବୁ ଜଳଯୋଗାଣ ପ୍ରକଳ୍ପରେ ପାନୀୟ ଜଳଯୋଗାଣ ଜାରି ରଖାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ପ୍ରଭାବିତ ଏହି ୬ଟି ଜିଲ୍ଲାରେ ପ୍ରାୟ ୧୬ ଲକ୍ଷ ବିଦୁ୍ୟତ ଉପଭୋକ୍ତାଙ୍କର ବିଦୁ୍ୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଦ୍ରୁତ ଗତିରେ କାମ ହେତୁ ବ ର୍ମାନ ସୁଦ୍ଧା ପ୍ରାୟ ୧୫ ଲକ୍ଷ ଉପଭୋକ୍ତାଙ୍କର ବିଦୁ୍ୟତ ଯୋଗାଣ ପୁନଃସ୍ଥାପନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ । ଅବଶିଷ୍ଟ ଉପଭୋକ୍ତାମାନଙ୍କୁ ମଙ୍ଗଳବାର ସଂଧ୍ୟାସୁଦ୍ଧା ବିଦୁ୍ୟତ୍ ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ୍ଥନେସ୍କୋରଦ ଇଞ୍ଜିନିୟର ଓ କ୍ଷେତ୍ରସ୍ତରୀୟ କର୍ମ·ରୀ ମାନଙ୍କୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଦେ୍ର୍ଧଶ ଦେଇଥିଲେ । ପ୍ରଭାବିତ ଅଂଚଳମାନଙ୍କୁ ଅଧିକ ଗ୍ୟାଙ୍ଗ ପଠାଯାଇଛି ବୋଲି ଶକ୍ତି ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ । ସେହି ଗ୍ୟାଙ୍ଗମାନଙ୍କୁ ସଠିକ ଭାବରେ କାଯର୍ୟରେ ଲଗାଇ ତୁରନ୍ତ କାମ ପୂଣ୍ଣ ର୍ାଙ୍ଗ କରିବାକୁ ଶ୍ରୀ ସେଠୀ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲାସ୍ତରୀୟ ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ବୁଲ୍ବୁଲ୍ ଯୋଗୁଁ ପ୍ରାୟ ୩ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ତନ୍ମଧ୍ୟରୁ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ଶତକଡା ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି । ଫସଲ ନଷ୍ଟର ସଠିକ ଆକଳନ ଆସନ୍ତା ୫ ଦିନ ମଧ୍ୟରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲା କୃଷି ଏବଂ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି ଆକଳନକୁ ସଂପୂଣ୍ଣ ର୍ ଭାବରେ ସଠିକ୍ ଓ ସ୍ୱଚ୍ଛ କରିବା ପାଇଁ ଶ୍ରୀ ତ୍ରିପାଠୀ ନିଦେ୍ର୍ଧଶ ଦେଇଥିଲେ । ଫସଲ ନଷ୍ଟ ହୋଇଥିବା ଜମିସହ ସଂପୃକ୍ତ ·ଷୀଙ୍କର ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫ୍ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ ଯେ ପ୍ରାଥମିକ ଆକଳନ ଅନୁସାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୫୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଏଗୁଡିକର ସଠିକ୍ ଓ ପ୍ରାମାଣ ଭି ିକ ତନଖିକରି ରିପୋର୍ଟ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ମସ୍ୟô ଓ ପଶୁସଂପଦ ବିକାଶ ଶାସନ ସଚିବ ଶ୍ରୀ ଆର୍.ରଘୁପ୍ରସାଦ ଜଣାଇଥିଲେ ଯେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ପ୍ରଭାବିତ ଅଂଚଳମାନଙ୍କରେ ପ୍ରାୟ ୬୫ଟି ପଶୁସଂପଦ ନଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ୧୧ଟି ଗାଇ, ଗୋରୁ ଓ ମଇଁଷି ଆଦି ବଡ ପଶୁ, ୪ଟି ଛେଳି, ମେଣ୍ଡା ଆଦି ସାନ ପଶୁ ଏବଂ ୫୦ଟି କୁକୁଡା ଜାତୀୟ ଜୀବ । ଭଦ୍ରଖ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଆଦି ଜିଲ୍ଲାରେ ପବନମାଡ ଯୋଗୁଁ କିଛି ମାଛଧରା ଡଂଙ୍ଗା କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡିଛି । ଏସବୁର ସଠିକ୍ ଆକଳନ ତୁରନ୍ତ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଥିଲେ । ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉ ର ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଥିଲେ ଯେ ଗଣମାଧ୍ୟମର ମିଳିଥିବା ୩ ଜଣଙ୍କର ମୃତୁ୍ୟ ସମ୍ବନ୍ଧୀୟ ସୂଚନାର ତନଖି କରାଯାଇଛି । ଏ ତିନୋଟି ଯାକ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରକାଶିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତୁ୍ୟ ବାତ୍ୟାଯୋଗୁ ନୁହେଁ ବୋଲି ତଦନ୍ତରୁ ଜଣାପଡିଛି । ଅନ୍ୟ ଜଣେ ମୃତ ବ୍ୟକ୍ତି ପ୍ରାୟ ୭୨ ବର୍ଷ ବୟସର ବୃଦ୍ଧ । ସେ ଶୋଇଥିଲାବେଳେ ତାଙ୍କର ମୃତୁ୍ୟ ହୋଇଥିବା ଖବର ପାଇଁ ତତ୍କ୍ଷଣାତ୍ ତହସିଲଦାର ଏବଂ ଆର୍.ଆଇ ସେ ସ୍ଥାନରେ ପହ ିଥିଲେ । ମୃତକଙ୍କ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନଥିଲା କିମ୍ବା ସେ ଶୋଇଥିବା ଘରର କାନ୍ଥ ପଡି ଯାଇନଥିଲା । ତହସିଲଦାରଙ୍କ ବାରମ୍ବାର ଅନୁରୋଧ ସେ ୍ୱ ମୃତକଙ୍କ ନିକଟ ସଂପର୍କୀୟମାନେ ପୋଷ୍ଟମର୍ଟମ୍ କରିବାକୁ ନଦେଇ ଶବ ସଂସ୍କାର କରିଦେଇଥିଲେ । ଏହି ମୃତୁ୍ୟର ବିଭିନ୍ନ ଦିଗ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କେନ୍ଦ୍ରାପଡାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, ପଂ·ୟତିରାଜ ଓ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ ସିଂ, ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଶକ୍ତି ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ, ମସô୍ୟ ଓ ପଶୁସଂପଦ ବିକାଶ ଶାସନ ସଚିବ ଶ୍ରୀ ଆର. ରଘୁପ୍ରସାଦଙ୍କ ସମେତ ସଂପୃକ୍ତ ବିଭାଗର ବରିÂ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।