ନୂଆଦିଲ୍ଲୀ, ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ୨୮-୩୦ ଏପ୍ରିଲ ପର୍ଯ୍ୟନ୍ତ ବାଙ୍ଗଲା ଦେଶ ଏବଂ ଭୁଟାନ ଯାତ୍ରା କରିବେ । ଏହି ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବୈଦେଶିକ ମନ୍ତ୍ରୀ ଡ. ଏ. କେ. ଅବଦୁଲ ମୋମେନଙ୍କୁ ଭେଟିବେ । ଶେଷ ଥର ପାଇଁ ମାର୍ଚ୍ଚ ୨୦୨୧ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ବାଂଲାଦେଶ ଗସ୍ତ କରିଥିଲେ । ଏଥି ସହିତ ମାଚ୍ଚ; ୨୦୨୦ ପରେ ଭୁଟାନର ପ୍ରଥମ ଉଚ୍ଚ ସ୍ତରୀୟ ବିଦେଶୀ ଅତିଥି ଭାବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ହେବେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କହିବାନୁସାରେ ଏହି ଗସ୍ତରେ ଉଭୟ ଦେଶ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଇଥାଏ । ବୈଦେଶିକ ମନ୍ତ୍ରୀ ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକଙ୍କ ସହ ଆଲୋଚନା କରିବେ । ଏହା ବ୍ୟତୀତ ଭୁଟାନର ପ୍ରଧାନମନ୍ତ୍ରୀ, ଲିଓଚେନ୍ ଡକ୍ଟର ଲୋଟେ ଶେରିଙ୍ଗ ଏବଂ ଭୁଟାନର ବୈଦେଶିକ ମନ୍ତ୍ରୀ ଲିଉପୋ ଡ. ଟାଣ୍ଡି ଡୋରଜୀଙ୍କୁ ଭେଟିବା ପାଇଁ ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି ।