ଘସିପୁରା,ଆନନ୍ଦପୁର ଓକିଲସଂଘ ପକ୍ଷରୁ ସଂଘ ସଭାଗୃହରେ ଅଧିବକ୍ତା ଦିବସ ପାଳିତ ହୋଇଯାଇଛି । ଉତ୍କଳ ଗୌରବ ବାରିଷ୍ଟର ମଧୁସୁଦନ ଦାସଙ୍କ ଜୟନ୍ତି ପାଳନ ଅବସରରେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ କରାଯାଇଥିଲା। ସଭାପତି ଦୟାନିଧି ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବରିଷ୍ଠ ଅଧିବକ୍ତା ଲକ୍ଷ୍ମୀଧର ମିଶ୍ର, ହରିହର ମିଶ୍ର, ବିଜୟ ପଣ୍ଡା, ଶ୍ରୀନାଥ ଘଡେଇ, ଭାଗୀରଥି ଦାଶ, ଚର୍ତୁଭୁଜ ଯେନା, କୁଳମଣି ସେଠୀ, ସମ୍ପାଦକ ହେମନ୍ତ ମଲ୍ଲିକ, ଅମୀୟ ରଞ୍ଜନ ସ୍ବାଇଁ ପ୍ରମୁଖ ମଧୁବାବୁଙ୍କ ଗୁଣଗାନ କରିବା ସହିତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବାଧୀନତା ସଂଗ୍ରାମ, ଓକିଲାତି ଜୀବନର ସ୍ବାଭିମାନ ଗାଥା ଓ ଓଡିଆ ଜାତିପ୍ରୀତି ବିଷୟରେ ଆଲୋଚନା ରଖିଥିଲେ। ସ୍ବାର୍ଥପରତା ଠାରୁ ଉର୍ଦ୍ଧ୍ବରେ ରହି ସାମୁହିକ କଲ୍ୟାଣରେ ନିୟୋଜିତ ରହିବା ଓ ଓଡିଆ ଭାଷାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରିବା ବିଷୟରେ ମତ ପ୍ରକାଶ ପାଇଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶାର ସୀମା ବିବାଦ ଉପରେ ଦୃଷ୍ଟି ନିବଦ୍ଧ କରାଯାଇଥିଲା।
ସଭାରେ ଆଇନଜୀବୀ ସୁବାଷ ବିଶ୍ବାଳ, ସୁରଥ ବେହେରା, ମହେନ୍ଦ୍ର ରାମ, ପ୍ରଶାନ୍ତ ମହାନ୍ତି, ଉମେଶ ମହାନ୍ତି, ଦୀଲୀପ ନାଥ, ଭୁବନେଶ୍ଵର ଯେନା, ଧୃବସେନ ପରିଡା, ସସ୍ମିତା ସ୍ନେହଦର୍ଶୀନୀ, ଚନ୍ଦନ ମିଶ୍ର, ପଞ୍ଚାନନ ବେହେରା,ସୁବାଷ ତ୍ରୀପାଠୀ, ସାଇ ତପନ ସାହୁ,ସରୋଜ ପଟ୍ଟନାୟକ, ଜୟନ୍ତ କୁମାର ରାଜ, ସଚିଦାନନ୍ଦ ପଟ୍ଟନାୟକ, ପତି, ତ୍ରୀଲୋଚନ ତ୍ରୀପାଠୀ, କନ୍ହେଇ ସାହୁ, କୋଷାଧ୍ୟକ୍ଷ ଅଶୋକ ରାଉଳ ପ୍ରମୁଖ ଅନେକ ଅଧିବକ୍ତା ଯୋଗଦାନ କରିଥିଲେ। ଶେଷରେ ଉପସଭାପତି ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।