
ମାଲକାନଗିରି, ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଛି । ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ଉ ଚାଲିଛି । କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ସୂଚନା ଥାଉକି, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପୋଲିସ ଫାଣ୍ଡି ଅଧିକାରୀ ଜୟଦାସ ଖରା ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କରେ ଥିଲେ । ସେ ମାଲକାନଗିରି ଜିଲ୍ଲାରୁ ଛତିଶଗଡକୁ ଗଞ୍ଜେଇ ଚାଲାଣ କରିବାରେ ମାଫିଆଙ୍କୁ ସହଯୋଗ କରୁଥିଲେ । ଏଥିପାଇଁ ସେ ଜେଲ୍ ଯାଇଥିଲେ । ତେବେ ଆଜି ପୂର୍ବତନ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।