ବାରିପଦା – ବାରିପଦା ପୌରପରିଷଦ ଅଧୀନରେ ଥିବା ଲକ୍ଷ୍ମୀପୋଷିର ଦେବେନ୍ଦ୍ରପୁରସ୍ଥିତ ନବ ନିର୍ମିତ ସୁଇମିଂ ପୁଲ୍ ବିବାଦ ପିଛା ଛାଡ଼ିବାର ନାମ ଧରୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତିକରଣ, କ୍ରିୟାଶୀଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରାଇବାର ମହତ୍ ଉଦ୍ଦେଶ୍ୟ ନେଇ ପ୍ରଯୁକ୍ତି ବିଦ୍ୟା, ସମ୍ମଳିତ ଉଦ୍ୟମ, ସ୍ୱଚ୍ଛତା, ସମୟାନୁବର୍ତୀତା ଓ ପରିବର୍ତନ ଆଦିକୁ ନେଇ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସମୟରେ ଶାସନ ବ୍ୟବସ୍ଥାରେ ବ୍ୟୁରୁକ୍ରାଟମାନଙ୍କର ଅଧିକ ପ୍ରଭାବ ପ୍ରତିଫଳିତ ହେଉଥିବାରୁ ସଫଳତାକୁ ନେଇ ପ୍ରଶ୍ନବାଚୀ ଦେଖାଦେଇଛି । ବ୍ୟୁରୁକ୍ରାଟମାନେ ଆଇନ ବ୍ୟବସ୍ଥାକୁ ଅଣଦେଖା ପ୍ରଦର୍ଶନ ପୂର୍ବକ ମେରୀ ରାୟ ନୀତିକୁ ଆପଣେଇବା ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ସରକାରକୁ ଅଯଥାରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହିଭଳି ପରିସ୍ଥିତି ଦେଖାଦେଇଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ସୁଇମିଂ ପୁଲ୍ ର ନିର୍ମାଣକୁ କେନ୍ଦ୍ର କରି । ଉକ୍ତ ସୁଇମିଂ ପୁଲ୍ ଶ୍ମଶାନ, ଜଙ୍ଗଲ ଓ ଆବାଦ କିସମ ଅନାବାଦ ଆଦି ଜମି ଉପରେ ନିର୍ମାଣ କରାଯାଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପ୍ଲଟ ନଂ ୧୦୭୬, ପ୍ରଜାର ନାମ -ସର୍ବସାଧାରଣ, କିସମ – ଶ୍ମଶାନରୁ ସିଂହ ଭାଗ ଜମି ସୁଇମିଂ ପୁଲ୍ ପରିସର ମଧ୍ୟରେ ରହିଛି ବୋଲି ଜନସାଧାରଣ ପକ୍ଷରୁ ଅଭିଯୋଗ ହେଉଥିବା ସମୟରେ ବାରିପଦା ପୌରପରିଷଦ ପକ୍ଷରୁ ଆବାଦଯୋଗ୍ୟ ଅନାବାଦ କିସମ ଜମି ଉପରେ ଶ୍ମଶାନ ନିର୍ମାଣ କରିବା, ଶ୍ମଶାନ ଓ ଶ୍ମଶାନ ପୋଖରୀକୁ ଯିବା ନିମନ୍ତେ ରାସ୍ତାର ସୁବିଧା ନଥିବା ସହ ରାଧାକୃଷ୍ଣ ବିଶ୍ୱାଳଙ୍କ ପ୍ଲଟ ନଂ ୧୯୮୨, ୧୦୮୦ , ଏରିଆ ଏ୦.୪୫୦ ଡେସିମିଲ ବ୍ୟକ୍ତିଗତ ଟିକେଟ୍ ଭୁକ୍ତ ସମ୍ପତିରୁ କିଛି ଅଂଶକୁ ପୌରପରିଷଦ ବଳପୂର୍ବକ ଜବର ଦଖଲ କରିବା ଏବଂ ଏହାକୁ ନେଇ ଶ୍ରୀ ବିଶ୍ୱାଳ ଘରେ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ତ୍ରୀ ବୀଣାପାଣି ବିଶ୍ୱାଳଙ୍କ ପକ୍ଷରୁ ବାରିପଦା ପୌରପରିଷଦରେ ପ୍ରତିବାଦ ଜଣାଇବା ଆଦି ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।
Related Stories
November 25, 2024