ଭୁବନେଶ୍ୱର, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗୁରୁବାର ଦିନ ଯାଜପୁର ଆରଏମସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଗୟାଧର ସାହୁଙ୍କ ଓ ଅନ୍ୟ ସ୍ଥାନରେ ଚଢାଉ କରିଥିବା ଜଣା ପ଼ଡିଛି । ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚଢାଉ କାର୍ଯ୍ୟରେ ତିନି ଜଣ ଡିଏସପି, ୬ ଜଣ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଅଛନ୍ତି । ମୋଟ ଚାରୋଟି ସ୍ଛାନରେ ଚଢାଉ କରାଯାଇଥିବା ନେଇ ସୂଚନା ଦିଆଯାଇଛି ।