ଘସିପୁରା, ବୈତରଣୀ ନଦୀରେ ବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନାରୁ ଜଣାଯାଏ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ତଳ ସାହିର ଭରତ ଚନ୍ଦ୍ର ମୁଦୁଲିଙ୍କ ପତ୍ନି
ସାବିତ୍ରୀ ମୁଦୁଲି (୫୫) ବୈତରଣୀ ନଦୀର ଫକୀରପୁର ଘାଟରେ ଗତକାଲି ଗାଧୋଇବାକୁ ଯାଇଥିବା ବେଳେ ଅସବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ । ଖବର ପାଇ ପରିବାର ଲୋକ ଓ ଆନନ୍ଦପୁର ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରିବା ପରେ ଉଦ୍ଧାର କରି ଆଜି ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସାବିତ୍ରୀଙ୍କ ପରିବାର ସହଯୋଗରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି।