
-
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ
-
ଆଗକୁ ସ୍ଥିତି ଦେଖି ନିଆଯିବ ସ୍କୁଲ ଛୁଟି ନିଷ୍ପତି: ମନ୍ତ୍ରୀ ସମୀର ରଂଜନ ଦାଶ
ଭୁବନେଶ୍ୱର ,ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା କାରଣରୁ ସ୍କୁଲକୁ ପାଂଚ ଦିନ ପାଇଁ ବନ୍ଦ କରିଥିବା ରାଜ୍ୟ ସରକାର ଆଗକୁ ସ୍ଥିତି ଦେଖି ନିଷ୍ପତି ନେବେ । ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଉ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏପ୍ରିଲ ୩୦ ଯାଏ ସ୍କୁଲ ବନ୍ଦ ରଖାଯାଇଛି । ଏହା ପରେ ମଧ୍ୟ କିଛି ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ବିଭିନ୍ନ ଗଣମାଧ୍ୟମରୁ ଆମେ ଜାଣିବାକୁ ପାଉଛୁ । ଯଦି ଏପରି ଗ୍ରୀଷ୍ମ ପ୍ରବାହ ଲାଗି ରହେ ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଓ ଏସଆରସିଙ୍କ ପରାମର୍ଶ ଆଧାରରେ ୩୦ତାରିଖ ପରେ ସ୍କୁଲ ଖୋଲା ସମ୍ପର୍କରେ ନିଷ୍ପତି ନିଆଯିବ ।