
ମାଲକାନଗିରି, ଗତ ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଶବ ଆଜି ସକାଳୁ ଉଦ୍ଧାର ହୋଇଛି ।
ନାରିଙ୍ଗଝୋଲା ଗ୍ରାମରେ ସୋମବାର ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ସାହାଯ୍ୟରେ ତିନିଜଣ ଅପରାହ୍ନ ରେ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ଦୁଇ ଜଣ ନିଖୋଜ ଥିବା ବେଳେ ଜଣେ ପହଁରି ପହଁରି କୂଳରେ ପହଞ୍ଚି ଥିଲେ । ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଲେ ଯନ୍ତ୍ରୀ ପଞ୍ଚାୟତ ଓରଙ୍ଗୀ ଗ୍ରାମର ସୁନା ମୁଦୁଲି ଓ ଜଗନ୍ନାଥ ଗଲୋରୀ । ଯୋଡ଼ାମ୍ବ ପୋଲିସ ଓ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ମୃତକ ଦ୍ଵୟଙ୍କ ଶବ ଉଦ୍ଧାର କରାଯାଇଥିଲା । ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଯୋଡ଼ାମ୍ବ ଥାନା ଅଧିକାରୀ କହିଛନ୍ତି।